ଭୁବନେଶ୍ବର: ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ, ନୂଆଦିଲ୍ଲୀ ର ଆହ୍ୱାନ କ୍ରମେ "ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ" ଆଜି ଦିନାଙ୍କ ୦୮.୦୯.୨୦୨୧ ରେ ଦିନ ୦୧ ଘ ୩୦ମି ସମୟରେ ରେଳ ସଦନ ମୁଖ୍ୟ ଫାଟକ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲା।
ଶ୍ରମିକ ୟୁନିଅନ ର ସଦସ୍ୟ ମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ର ଭାରତୀୟ ରେଳବାଇ ର ଟ ୧,୫୨,୪୯୬.୦୦ କୋଟି ଟଙ୍କାରେ ମୁଦ୍ରିକରଣ ଏବଂ ଘରୋଇକରଣ ପ୍ରସ୍ତାବ ଯେଉଁଥିରେ କି ଭାରତୀୟ ରେଳ ବିଭାଗର ଏକ ବିରାଟ ଅଂଶ ନିଲାମ ହେବାକୁ ଯାଉଛି-୪୦୦ ରେଳ ଷ୍ଟେସନ, ୧୫ଟି ରେଲୱେ ଷ୍ଟାଡିୟମ,୬୭୩ କିମି ମାଲଗାଡି ଲାଇନ, ୯୦ ପାସେଞ୍ଜର ଟ୍ରେନ,୨୭୫ ମାଲଗୋଦାମ,୧୪୦୦ କିମି ରେଲୱେ ଟ୍ରାକ,୦୪ଟି ପାର୍ବତ୍ୟ ରେଲୱେ,୭୪୧ କିମି କୋଙ୍କଣ ରେଲୱେ ଟ୍ରାକ ସରକାର ନିଲାମ କରିବା ଦ୍ୱାରା ଏହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ଦ୍ୱାରା ରେଲୱେ ଟିକେଟର ଦାମ, ପ୍ଲାଟଫର୍ମ ଟିକେଟର ଦାମ କମ୍ପାନୀ ନିଜେ ମାନମୁଖୀ ବଢ଼େଇ ଚାଲିବେ। ଷ୍ଟାଡିୟମରେ ଖେଳିବାକୁ ହେଲେ କର୍ମଚାରୀ ଏବଂ ସେମାନଙ୍କର ପରିବାର ଵର୍ଗଙ୍କୁ ମୋଟା ଅଙ୍କର ସଦସ୍ୟତା ରାଶି ଦେଇ ଖେଳିବାକୁ ପଡିବ ଏବଂ ସର୍ବୋପରି ସମସ୍ତ ଅତ୍ୟାବଶ୍ୟକ ଜିନିଷର ଦରଦାମ ଆକାଶଛୁଆଁ ହେବ ଏବଂ ଏହାର ପ୍ରଭାବ ସାଧାରଣ ଗରିବ ଜନତାଙ୍କ ଉପରେ ପଡ଼ିବ ବୋଲି ବିକ୍ଷୋଭକାରୀ ସୂଚନା ଦେଇଛନ୍ତି।
ଏହାର ପ୍ରତିବାଦରେ ଆଜି ଚେତାବନୀ ଦିବସ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇଛି।
ଏହି ପ୍ରତିବାଦରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ର ସଂଜିତ ରାୟ, ହାରାଧନ ହେନ୍ସ, ବିକ୍ରମାଦିତ୍ୟ ସିଂ, ରେହେମାନ ଖାନ, ଜୟନ୍ତ କୁମାର ମହାନ୍ତି, ସୁବାଷ ଚନ୍ଦ୍ର ପ୍ରଧାନ, ଅଶୋକ ସାହୁ, ବବିନ ଦାସ, ପ୍ରକାଶ ରାଉଳ ଓ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।
ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନର ଚେତାବନୀ ଦିବସ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

