ଭୁବନେଶ୍ୱର: ନୂଆଖାଇ ଜୁହାର ଓ ଗଣେଶ ପୂଜା କରୋନା କଟକଣା ସହିତ ଉଇନର ଆସୋସିଏସନ, ସହିଦନଗରରେ ପାଳନ କରାଯାଇଛି। ଓଡ଼ିଶା ସରକାରଙ୍କ କଟକଣାକୁ ମାନି ଗଣେଶ ମୁର୍ତ୍ତି ଛୋଟ କରାଯିବା ସହିତ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ବେଶୀ ଲୋକଙ୍କ ସମାଗମ ନ କରାଯାଇ ନୂଆଖାଇ ଜୁହାର ହେତୁ ଅଳ୍ପ ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇ ଥିଲା।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ରଞ୍ଜନ ସାମଲ, ମନୋଜ ରାଉଳ, ଦିଲ୍ଲୀପ ପଟନାୟକ, ମଳୟ ରଞ୍ଜନ ମହାପାତ୍ର,ଶ୍ରୀନିବାସ ରାଓ, କାହ୍ନୁଚରଣ ପାତ୍ର, ଅଚ୍ୟୁତ ପ୍ରସାଦ ବେହେରା, ଲଲିତ ଖୁଣ୍ଟିଆ, ଦିଲ୍ଲୀପ ସେଠୀ, ସନ୍ତୋଷ ରାଓ, ମନୋରଞ୍ଜନ ପଳେଇ, ଲାଲା ରଞ୍ଜିତ ରାୟ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।
powered by social2s

