ଭୁବନେଶ୍ୱର: ପ୍ରାଥମିକ ଉପଚାର ମାଧ୍ୟମରେ ଜଣେ ଅସୁସ୍ଥ ବା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ଜୀବନ ସୁରକ୍ଷା କରିଯିବା ସହ ତାହାକୁ ସୁରକ୍ଷିତ ଭାବରେ ଡାକ୍ତରଖାନାରେ ପହଞ୍ଚାଇ ଦିଆଯାଇପାରିବ। ସାଧାରଣତଃ ଆଣ୍ଠୁ ଉପଚାର ସୀମାବଦ୍ଧ ଭାବରେ ଆହତଙ୍କ ଅବସ୍ଥାରେ ଉନ୍ନତି ଆଣିବା ସହିତ ଉଚିତ ପଦ୍ଧତିରେ ସ୍ଥାନାନ୍ତରୀକରଣ ପ୍ରାଥମିକ ଉପଚାରର ପ୍ରାରମ୍ଭିକ ଲକ୍ଷ୍ୟ। ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଏହି ଦିଗରେ ପ୍ରଶିକ୍ଷଣ ଦିଆଯାଇପାରିଲେ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇପାରିବ। ଏହି ଲକ୍ଷ ନେଇ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ବିଶ୍ୱ ପ୍ରାଥମିକ ଉପଚାର ଦିବସ ୨୦୨୧, ଅବେଇତନିକ ସଚିବ ସୁଶ୍ରୀ ସିଟି.ଏମ ସୁଗୁଣାଙ୍କ ସଭାପତିତ୍ୱରେ ଆୟୋଜନ କରିଛି।
powered by social2s

