ବର୍ଷା ପାଣି ସୁଅରେ ଭାସିଗଲେ ବାପ-ପୁଅ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ସ୍ବାଇଁଖଣ୍ଡ ନିକଟରେ ବର୍ଷା ପାଣି ସୁଅରେ ଭାସିଗଲେ ବାପ-ପୁଅ। ଘଟଣା ଘଟିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଓ ତାଙ୍କ ପୁଅ କୈଳାସ ସିଂ ପଡ଼ୋଶୀ ଗାଁରୁ ନିଜ ଗାଈକୁ ଧରି ଘରକୁ ଫେରୁଥିଲେ। ସ୍ବାଇଁଖଣ୍ଡ ନିକଟରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବର୍ଷା ପାଣିରେ ପ୍ରଥମେ କୁଶ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ କୈଳାସ ଯାଇଥିଲେ। ତେବେ ଦୁଇ ଜଣ ପାଣି ସୁଅରେ ଭାସି ଯାଇଥିଲେ।

powered by social2s