ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ସାରସ୍ଵତ ସାଧିକା ଡ.ମନୋରମା ମହାପାତ୍ର ଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକାଧାରରେ ସୁ ସାହିତ୍ୟିକା, ଖ୍ୟାତନାମା କବି, ସାମ୍ବାଦିକା, ସ୍ତମ୍ଭକାର,ବାଗ୍ମୀ ଏବଂ ବିଦୁଷୀ ଡ.ମହାପାତ୍ର ସେବା, ସଂଗ୍ରାମ ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକାନାରୀ ମାନଙ୍କ ସମସ୍ୟା ଓ ସଂଘର୍ଷ ସମ୍ପର୍କରେ ସେ ସର୍ବଦା ସ୍ଵର ଉତ୍ତୋଳନ କରୁଥିଲେ। ନିଜ ଲେଖନୀ ମାଧ୍ୟମ ରେ ସାମାଜିକ ପରିବର୍ତ୍ତନ ପାଇଁ ସେ ନିରନ୍ତର ଉଦ୍ୟମ କରି ଆସୁଥିଲେ। ତାଙ୍କ ପରଲୋକ ସମଗ୍ର ଓଡ଼ିଶା ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିବା ସହ ମନ୍ତ୍ରୀ ଶ୍ରୀମତୀ ସାହୁ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
powered by social2s

