କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ବଡ଼ଛତ୍ରଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ଫାଶରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତକ ଜଣକ ହେଲେ ବଡ଼ ଛତ୍ରଙ୍ଗ ଗାଁର ମହେନ୍ଦ୍ର ନାୟକ । ମହେନ୍ଦ୍ର କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସିଥିଲେ ।ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ ରୁ ତାର ଟାଣି ଫାଶ ବିଛା ଯାଉଥିବାରୁ ଅନେକ ଲୋକ ଏହିଭଳି ଅଘଟଣ ର ଶିକାର ହେଉଛନ୍ତି । ଥୁଆମୂଳ ରାମପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
powered by social2s

