ମହିୟସୀ ମହିଳା ଲଷ୍ମୀ ସରସ୍ୱତୀ ରାଓଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମହିୟସୀ ମହିଳା ଲଷ୍ମୀ ସରସ୍ଵତୀ ରାଓଙ୍କ ପରଲୋକ ହୋଇଛି। ଲକ୍ଷ୍ମୀ ସରସ୍ୱତୀ ରାଓ ୦୮.୦୧.୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଭକ୍ତକବି ମଧୁସୂଦନ ରାଓଙ୍କର ଅଣନାତୁଣୀ ତଥା ଲକ୍ଷ୍ମୀକାନ୍ତ ରାଓ ଓ ଲକ୍ଷ୍ମୀଙ୍କ ତୃତୀୟ ସନ୍ତାନ ଥିଲେ। ରେଭେନ୍ସା ବାଳିକା ବିଦ୍ୟାଳୟ ରୁ ନିଜ ସ୍କୁଲ ଜୀବନ ଶେଷ କରି ରେଭେନ୍ସା କଲେଜରେ I.SC ଦୀକ୍ଷା ଅର୍ଜନ କରିଥିଲେ।ପରେ ଦିଲ୍ଲୀ ସ୍ଥିତ ରାଜକୁମାରି ଅମୃତକର ନର୍ସିଂ ବିଶ୍ୱବିଦ୍ୟାଳୟ ରୁ BSC ନର୍ସିଂ ଶିକ୍ଷା ପ୍ରାପ୍ତ ପରେ,୧୯୬୯ ମସିହାରେ ବୋଷଟନ ବିଶ୍ୱବିଦ୍ୟାଳୟରୁ MSC in nursing administration ରେ ଶିକ୍ଷାଲାଭ କରି ଓଡ଼ିଶାର ପ୍ରଥମ ନର୍ସିଂ MSC ଅଧଃକ୍ଷା ଭାବରେ ପ୍ରତିଷ୍ଠା ଲାଭ କରିଥିଲେ।ସେ ଓଡ଼ିଶାର MKCG medical college,berhampur ରେ L.H.S training centre ପ୍ରତିଷ୍ଠା କରିଥିଲେ। S.C.B Medical College, Cuttack,B.S.I Burla medical college,capital hospital, Bhubaneswar ଆଦି nursing college ଗୁଡିକ ଓ Puri ANM centre ରେ nursing superintendent ଭାବରେ କାର୍ଯ୍ୟ ରତ ଥିଲେ। ଏହାପରେ ସେ fertilizer corporation of India, Talcher ସ୍ଥିତ F.C.I hospital ରେ Matron ଭାବରେ କାର୍ଯ୍ୟ କରି ୧୯୮୭ ମସିହାରେ ଅବସର ଗ୍ରହଣ କରିଥିଲେ। ଅବସର ପରେ ଭୁବନେଶ୍ୱର ସ୍ଥିତ ଭକ୍ତ ମଧୁନଗର ବାସଭବନରେ ରହି OXFAM, Sushrusa ଆଦି voluntary organization ଗୁଡ଼ିକରେ କାର୍ଯ୍ୟ କରୁଥିଲେ। ପରେ ସେ ଓଡ଼ିଶାର Lord Jagannath College of Nursing, Sum Nursing College, Biswas College of Nursing ଏବଂ Bhubaneswar College of Nursing ଆଦି ଘରୋଇ nursing college ଗୁଡ଼ିକରେ principal tutor ହିସାବରେ ଶିକ୍ଷା ଦେଇ ଅନେକ ଖ୍ୟାତି ଅର୍ଜନ କରିଥିଲେ।ସେ ତାଙ୍କ ସମଗ୍ର ଜୀବନ ସେବାରେ ହିଁ ଉତ୍ସର୍ଗ କରି ଦେଇଥିଲେ।

powered by social2s