ଭୁବନେଶ୍ୱର: ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର କେଶରୀ ଟକିଜ୍ ନିକଟରୁ ଏକ ସାଇକେଲ ରାଳି ବାହାରି ରାଜଭବନ ସମ୍ମୁଖେ ପହଞ୍ଚିଛି । ବିଜେଡି ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଆଜି ଦଳୀୟ କର୍ମୀମାନେ ଏକ ସାଇକେଲ ରାଲିରେ ବାହାରି ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି । ଦରଦାମ୍ କମାଇବାକୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ । କେନ୍ଦ୍ର ବିରୋଧରେ ରାଜ୍ୟବ୍ୟାପୀ ହେବ ଆନ୍ଦୋଳନ ବୋଲି ସେ କହିଛନ୍ତି । ନଭେମ୍ବର ୧ ତାରିଖରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି ମହିଳା ମୋର୍ଚ୍ଚା ।ସେହିପରି ନଭେମ୍ବର ୫ ରୁ ୭ ତାରିଖ ଯାଏଁ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଓଡ଼ିଶାର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ।
powered by social2s

