ପୁରୀ: ପୁରୀ ଶ୍ରୀମନ୍ଦିର ର ଚାରିପାଖରେ ଜାରି ହୋଇଛି ୧୪୪ ଧାରା। ବନ୍ଦ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଭୋର ୪ ଟା ରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ସେହିପରି ଶ୍ରୀମନ୍ଦିର ସମ୍ମୁଖରେ ପୟା ଶ୍ରାଦ୍ଧ ଓ କାଉଁରିଆ କାଠି ଜଳିବା ଉପରେ ଲାଗିଛି କଟକଣା। ପ୍ରତି ବର୍ଷ ଦୀପାବଳି ରେ ଲକ୍ଷାଧିକ ଲୋକ ଶ୍ରୀମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ପିଣ୍ଡଦାନ କରିବା ସହ ବଡ଼ବଡ଼ିଆ ଡାକିଥାନ୍ତି, ହେଲେ କୋଭିଡ କୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ପ୍ରଶାସନ।
powered by social2s

