କେନ୍ଦ୍ରାପଡ଼ା/ଢେଙ୍କାନାଳ: କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ବାଣ ବିସ୍ପୋରଣ ଘଟି ୨ ଜଣଙ୍କ ମୃତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଜୁଇଯାଶପୁର ଗାଁରେ ଘର ଭିତରରେ ବାଣ ଭିଡୁଥିବାବେଳେ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଛି । ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି । ଗୁରୁତର ଗ୍ରାହକ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରଦା ଗାଁରେ ଏକ ବ୍ୟାଗ୍ ରେ ବାଣ ନେଇ ଯାଉଥିବାବେଳେ ବିସ୍ପୋରଣ ଘଟି ଜଣଙ୍କର ମୃତୁ ହୋଇଛି ଓ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗାଁ ଛକରୁ ବାଣ କିଣି ବାଇକରେ ଯାଉଥିଲେ ତିନି ଯୁବକ । ମୃତକ ହେଲେ ବାରଦା ଗାଁର ମହେଶ୍ୱର ମହାରଣା । ଦୁଇ ଗୁରୁତର ବୀରେନ ନାୟକ ଓ ପ୍ରସନ୍ନ ବ୍ରହ୍ମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
powered by social2s

