ଆରମ୍ଭ ହୋଇଛି ମହାକାଳୀ ଙ୍କ ପୂଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଗତକାଲି ରାତିରୁ ଓଡ଼ିଶାର ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଛି ମହାକାଳୀ ଙ୍କ ପୂଜା ଅର୍ଚ୍ଚନା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ସାତ ଦିନ ରେ ୭ଟି ବେଶ କରାଯିବ । ଆଜି ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ମା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସବୁବେଳେ ମା ଶାନ୍ତ ରୂପରେ ଦର୍ଶନ ଦେଇଥାନ୍ତି। ହେଲେ ଆଜି ଉଗ୍ର ରୁପରେ ଦର୍ଶନ ଦେଉଛନ୍ତି ।

 

ସେପଟେ କଟକରେ ୭୧ ଟି ମଣ୍ଡପରେ ମା ଙ୍କ ପୂଜା କଟକଣା ମଧ୍ୟରେ ଚାଲିଛି। ଭୁବନେଶ୍ୱର ସହିଦନଗର ଦୁର୍ଗାପୂଜା ମଣ୍ଡପରେ ଗତକାଲି ରାତି ରୁ ମା ଙ୍କ ପୂଜା ଆରମ୍ଭ ହୋଇଛି ।

 

ଭୁବନେଶ୍ୱର ସହିଦ ନଗର ଦୁର୍ଗାପୂଜା ସମିତିର ସଂପାଦକ ନାରାୟଣ ମହାପାତ୍ର କହିଛନ୍ତି ଯେ କୋଭିଡ୍ କଟକଣା ଯୋଗୁଁ ଦର୍ଶନ ପାଇଁ ଅନୁମତି ଦିଆଯାଉନାହିଁ ।ତିନିଦିନରେ ହେବ ମା ଙ୍କ ବିସର୍ଜନ ।

 

powered by social2s