ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ ଟିକାକରଣ କେନ୍ଦ୍ର ବଢିଛି। ଗ୍ରାମାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ କେନ୍ଦ୍ର କରାଯାଇଛି। ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ର ଥିଲା। ଏବେ ୨୪୦୦ କେନ୍ଦ୍ର ଖୋଲାଯାଇଛି। ଯେଉଁ ଗ୍ରାମରେ ୧୦୦ରୁ କମ୍ ଲୋକ ଟିକା ନେଇଛନ୍ତି, ସେଠାରେ କେନ୍ଦ୍ର ଖୋଲାଯାଉଛି। ଏବେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ଅପେକ୍ଷାରେ ଅଛନ୍ତି। ହର ଘର କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ ୩୫% ରୁ ବୃଦ୍ଧି ପାଇ ୪୦% ହୋଇଛି। ସେହିପରି ପ୍ରଥମ ଡୋଜ ୮୨% ଲୋକ ନେଇଥିବା ବେଳେ ୪୧% ଲୋକ ଉଭୟ ଡୋଜ ନେଇସାରିଛନ୍ତି।
powered by social2s

