ଭୁବନେଶ୍ୱର: କୋଭିଡ ଟୀକାକରଣ ରେ ଆଉ ଏକ ମାଇଲଖୁଣ୍ଟ ପାର କଲା ଓଡ଼ିଶା। ରାଜ୍ୟରେ ୪ କୋଟି ଟପିଲା କୋଭିଡ ଟୀକାକରଣ। ଏନେଇ ଟୁଇଟ ମାଧ୍ୟମରେ ସ୍ୱାସ୍ଥ୍ୟ କର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲା ସ୍ୱାସ୍ଥ୍ୟ ବିଭାଗ। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିବା ଅନୁଯାୟୀ, ରାଜ୍ୟର ବିଭିନ୍ନ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଦିଆଯିବ ଟୀକା। ଭାରତ ବାୟୋଟେକ୍ ଉତ୍ପାଦିତ ସ୍ବଦେଶୀ କୋଭିଡ ଟୀକା 'କୋଭାକ୍ସିନ୍' କୋଭିଡ-୧୯ ସଂକ୍ରମଣ ପ୍ରତିହତ କରିବାରେ ୭୭.୮ ପ୍ରତିଶତ ଫଳପ୍ରଦ ବୋଲି ଡାକ୍ତରୀ ଜର୍ଣ୍ଣାଲ 'ଲାନସେଟ୍' ରେ ପ୍ରକାଶିତ ସମୀକ୍ଷା ରୁ ଜଣାପଡ଼ିଛି।
powered by social2s

