ପୋଖରୀରେ ବୁଡ଼ି ମା' ପୁଅ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନିଆଳି:କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ର ବେଢ଼ାସାହି ରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ହେଲେ ରିତା ମିଶ୍ର (୨୭) ଓ ପ୍ରଭୁ ମିଶ୍ର (୭) । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛନ୍ତି ଅଗ୍ନିଶମ ବାହିନୀ । ପୋଖରୀରେ ଗଧଉଥିବା ବେଳେ ବୁଡ଼ି ଯାଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ। ରିତାଙ୍କ ଶଶୁର ଘର ପୁରୀ ଜିଲ୍ଲା କାକଟପୁର ଭେଡ଼ାବନ୍ଧରେ। ସେ ତାଙ୍କ ବାପ ଘର ପୁରୁଣା ସାତଙ୍ଗକୁ ପୁଅ କୁ ନେଇ ଆସିଥିଲେ। ଆଜି ସକାଳେ ମା' ପୁଅଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଗ୍ରାମବାସୀ।

powered by social2s