ପୁରୀ: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଜି ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପତିକ୍ରିୟା ରଖି ଓଡିଶା ପାଇଁ ଆଜି ଐତିହାସିକ ଦିନ। ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି।
ଏଥିପାଇଁ ଉଦ୍ଦିଷ୍ଟ ଯଜ୍ଞର ପୂର୍ଣ୍ଣ ଆହୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଯଜ୍ଞସ୍ଥଳରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଗଜପତି ମହାରାଜା, ବାଚସ୍ପତି, ଆଇନ ମନ୍ତ୍ରୀ, ପିସିସି ସଭାପତି, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖ ଉପସ୍ଥତ ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକଳ୍ପ ର ଏକ ମଡେଲ ଅନାବରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ପାଇଁ ମୋଟ ୩୩୫ କୋଟି ଟଙ୍କାର ଜମି ଯୋଗେଇ ଦିଆଯାଇଛି। ଏହି ପବିତ୍ର ଶିଳାରେ ହଳଦୀ, ଚନ୍ଦନ, ସିନ୍ଦୂର ଆଦି ଲଗାଇଲେ ଅତିଥି ବୃନ୍ଦ। ବେଦପାଠ ଧ୍ୱନି, ସଂକୀର୍ତ୍ତନ, ଝୋଟି ଚିତା ଆଦି ମାହୋଲେରେ ଶ୍ରୀମନ୍ଦିର ପରିସର ଉସ୍ଛବ ମୁଖର ହୋଇପଡ଼ିଥିଲା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କଲେ ଗଜପତି ମହାରାଜା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

