ଆସୁଛି ବାତ୍ୟା, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ( ତ୍ରିନାଥ ପଟ୍ଟନାୟକ): ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଯାହା ଏକ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଇଛି l ଏହା କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ l ଡିସେମ୍ବର ୩-୪ ରେ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି l ଏହି ବାତ୍ୟାର ପ୍ରଭାବାରେ ଓଡିଶା, ଅନ୍ଧ୍ରପ୍ରଦେଶ,ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି l ଏହି ପ୍ରରିପ୍ରେକ୍ଷୀରେ ମତ୍ସଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ l

powered by social2s