ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜୋନାଲ କାଉନ୍ସିଲ୍ (ଇଆଇଆରସି) ଭୁବନେଶ୍ୱର ଶାଖା ପକ୍ଷରୁ ଦୁଇଦିନିଆ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମ୍ମିଳନୀ-୨ଠ୨୧ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ହୋଟେଲ୍ରେ ଶୁକ୍ରବାର ଏବଂ ଶନିବାର ଆୟୋଜିତ ଏହି ସମ୍ମିଳନୀର ଶୀର୍ଷକ ରଖାଯାଇଥିଲା ‘ଅଭ୍ୟୁଦୟ’ । ଉଦ୍ଘାଟନୀ ଅଧିବେଶନରେ ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମହାନଦୀ କୋଲ୍ ଫିଲ୍ଡ୍ସ ଲିମିଟେଡ଼୍ (ଏମ୍ସିଏଲ୍)ର ନିର୍ଦ୍ଦେଶକ (ଅର୍ଥ) କେ ଆର ବାସୁଦେବନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଆଇସିଏଆଇ ସଭାପତି ସିଏ ନିହାର ଏନ୍ ଜାମ୍ବୁସରିଆ ସଭାପତି କରି ଅଭିଭାଷଣ ରଖିଥିଲେ । ଇଆରଆଇସି ଭୁବନେଶ୍ୱର ଶାଖାର ପାଷ୍ଟ୍ ଚେୟାରମ୍ୟାନ୍ ସିଏ ରାଜୀବ ଶେଖର ସାହୁ ସ୍ୱତନ୍ତ୍ର ନିୟନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ । ସେହିପରି କ୍ରିଏଟିଭ୍ ଆକାଉଣ୍ଟିଂ: ଜେନେସିସ୍ ଶୀର୍ଷକ ଅଧିବେଶନରେ ସିଏ ପ୍ରଶାନ୍ତ ପଣ୍ଡା ସଭାପତିତ୍ୱ କରିଥିଲାବେଳେ ସିଣ୍ଡିକେଟ୍ ବ୍ୟାଙ୍କ ପୂର୍ବତନ ଏମ୍ଡି ମୃତ୍ୟୁଞ୍ଜୟ ମହାପାତ୍ର ବକ୍ତା ଭାବେ ଯୋଗ ଦେଇଥିଲେ । ସେହିପରି କାରୋ-୨ଠ୨ଠ ଏବଂ କମ୍ପାନୀ ଅଧିନିୟମ ସଂକ୍ରାନ୍ତ ପରିବର୍ତ୍ତନ ଶୀର୍ଷକ ଅଧିବେଶନରେ ସିଏ ଶରତ ଚନ୍ଦ୍ର ଭଦ୍ର ସଭାପତିତ୍ୱ କରିଥିବାବେଳେ ଆଇସିଏଆଇର କେନ୍ଦ୍ରୀୟ କାଉନ୍ସିଲ୍ ସଦସ୍ୟ ସିଏ ଏମ୍ପି ବିଜୟ କୁମାର ବକ୍ତା ଭାବେ ଯୋଗଦେଇ ଉପାଦେୟ ତଥ୍ୟମାନ ଉପସ୍ଥାପନ କରିଥିଲେ । ଏହାସହ ଜିଏସ୍ଟି ସଂକ୍ରାନ୍ତ ଅଧିବେଶନ ଜିଏସ୍ଟି ଏବଂ କେନ୍ଦ୍ରୀୟ ଏକ୍ସାଇଜ୍ ପ୍ରିନ୍ସିପାଲ କମିଶନର ବିଜୟ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ବେଙ୍ଗାଲୁରୁର ସିଏ ଏ ଯତୀନ୍ ଖ୍ରୀଷ୍ଟୋଫର ବକ୍ତା ଭାବେ ଉପସ୍ଥିତ ଥିଲେ । ଶନିବାର ୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଦୁଇଦିନିଆ 'ଅଭ୍ୟୁଦୟ'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s