ସବୁଜ ଭାରତର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ସବୁଜ ଭାରତର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। "ପରିବେଶ ପରିବର୍ତ୍ତନ ବିପକ୍ଷ ରେ ଲଢେଇ" ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା।ଏହି ସଭା ରେ ସଭାପତିତ୍ବ କରିଥିଲେ ଇ ଲଳିତ ମୋହନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପ୍ରବୀର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ "ଆସ ପଢ଼ାଇବା" ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ରଘୁନାଥ ମଣ୍ଡଳ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପରିବେଶବିତ୍ ସୁଶାନ୍ତ ସାହୁ। ଏହି ସଭା ରେ ଅତିଥି ମାନେ ଯୋଗ ଦେଇ ପରିବେଶ ପରିବର୍ତ୍ତନ ଉପରେ ସଚେତନତା ଆବଶ୍ୟକ ଓ ଗଛ ଲଗାଇବା ର ମହତ୍ଵ ଉପରେ ଆଲୋଚନା କରିଥିଲେ। ଏଵଂ ଏହି ସଭା ରେ ବହୁତ ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମଧ୍ଯ ରେ ନୀଳକଣ୍ଠ ଦାସ, ସୂର୍ଯ୍ୟକାନ୍ତ ସେଠି, କଳ୍ପତ ସେନାପତି, ପ୍ରଭାତ ଜେନା, ବିଜୟ ପଣ୍ଡା, ଟି. ଜଗନ୍ନାଥ, କବିତା ସୁବୁଦ୍ଧି, ଏକତା ସାହୁ, କରଣ ଦୁର୍ଗା। ଏଵଂ "ଆସ ପଢ଼ାଇବା" ର ତିନି ରାଜ୍ୟ ର ସଂଯୋଜକ ମାନେ ବି ଯୋଗ ଦେଇଥିଲେ। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସବୁଜ ଭାରତ ର ସଭାପତି ସତ୍ୟବ୍ରତ ଜେନା।

powered by social2s