ଭୁବନେଶ୍ୱର: ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ବାତ୍ୟାର ନାମ ରହିବ 'ଜ୍ଵୱାଦ'। ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ବର୍ଷା ଓ ପବନ। ଡିସେମ୍ବର ୪ ରେ ପବନର ବେଗ ଘଣ୍ଟାପ୍ରତି ୯୦ ରୋ ୧୦୦ କିମି ରହିପାରେ।
powered by social2s

