ଭୁବନେଶ୍ୱର: ଆଜି ମାର୍ଗଶିର ଗୁରୁବାର ରେ ଶହୀଦନଗର ପୂଜା ମଣ୍ଡପରେ ସାର୍ବଜନୀନ ମାଣବସା ଗୁରୁବାର ପୂଜା କରାଯାଇ ସାମୁହିକ ଲଷ୍ମୀ ପୁରାଣ ପାଠ କରାଯାଇଛି। ଏହି ସାର୍ବଜନୀନ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପୁରୀ ଠାରୁ ମା ଲଷ୍ମୀ ମନ୍ଦିରରୁ ଆଜ୍ଞାମାଳ ଆଣି ସଂକୀର୍ତ୍ତନ ସହିତ ଏହାର ଆରମ୍ଭ କରାଯାଇଥିଲା। ଶ୍ରୀଉତ୍ସବ ପକ୍ଷରୁ ଆୟୋଜିତ ଏହି ସାମୁହିକ ମା ଲଷ୍ମୀଙ୍କ ପୂଜାରେ ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମହିଳାମାନେ ଏକତ୍ରିତ ହୋଇ ଅସ୍ପୃଶ୍ୟତା ବିଲୋପ, ସ୍ୱଚ୍ଛତା,ନାରୀ ସଶକ୍ତିକରଣ ତଥା ବିଶ୍ୱ କଲ୍ୟାଣ ନିମନ୍ତେ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ ଏବଂ ବିଦେଶରେ ମଧ୍ୟ ଏହି ସାମୁହିକ ଲାଷ୍ମୀପୂଜା କରାଯାଇଛି ଏବଂଏହି ଉତ୍ସବ ମାଧ୍ୟମରେ ଆମେ ଅସ୍ପୃଶ୍ୟତା ମୁକ୍ତ,ସ୍ଵଛ ଓ ସଶକ୍ତ ସମାଜର କଳ୍ପନା କରିବା ଆମ ମୁଖ୍ୟ ଲକ୍ଷ୍ୟ ବୋଲି ଏହାର ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ସୂଚନା ଦେଇଥିଲେ। ୫୦୦ ବର୍ଷ ପୂର୍ବରୁ ବଳରାମ ଦାସଙ୍କ ଦ୍ୱାରା ରଚିତ ଲକ୍ଷ୍ମୀ ପୁରାଣରେ ମା ଲଷ୍ମୀ ଦେଇଥିବା ସାମାଜିକ ବାର୍ତ୍ତା ଦ୍ୱାରା ଏକ ସଚେତନତା ସୃଷ୍ଟି କରି ଏହାକୁ କାର୍ଯ୍ୟକାରୀ କରି ବିଶ୍ୱ ଦରବାରରେ ଏହି ବାର୍ତ୍ତାକୁ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଏହାର ଅଧ୍ୟକ୍ଷା ଡ଼ଃ ରିନା ରାଉତରାୟ ସୂଚନା ଦେଇଛନ୍ତି। କୋଭିଡ କଟକଣାକୁ ଆଖିରେ ରଖି ଏ ବର୍ଷ ଏହି ପୂଜାବିଧି ଅଲ୍ପ ସଂଖ୍ୟକ ମହିଳାମାନଙ୍କୁ ନେଇ କରାଯାଇଥିଲା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଏହାର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ପିନକୀ ମହାନ୍ତି ସୂଚନା ଦେଇଥିଲେ। "ଶ୍ରୀଉତ୍ସବ' ର ପ୍ରତିଷ୍ଠାତା ସଦସ୍ୟ ବୃନ୍ଦ ଶ୍ରୀମତି ଶାଶ୍ବତୀ ମିଶ୍ର, ଲୋରା ମହାପାତ୍ର, ମହେଶ ରାଜନୀ, ଚିଦାତ୍ମିକା ଖଟୁଆ, ସଂଯୁକ୍ତା ମହଲ, ଜ୍ୟୋସ୍ନା ଦାସ, ସ୍ବପ୍ନଜିତ ମହାନ୍ତି, ମନୋରମା ପାତ୍ର, ମନ୍ଦାକିନୀ କର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ଶହୀଦ ନଗର ପୂଜା ମଣ୍ଡପର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ରଙ୍କ ପୂର୍ଣ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୂଜା ପ୍ରତିବର୍ଷ ସୁଚାରୁ ରୁପେ ପାଳନ କରାଯାଇ ଆସୁଛି। ୨୦୧୪ ରୁ ଆରମ୍ଭ ହୋଇଥିବା ଏହି ଉତ୍ସଵ ଆମ ରାଜ୍ୟ ସହିତ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଉଛି।
ଶହୀଦନଗର ପୂଜା ମଣ୍ଡପରେ ସାର୍ବଜନୀନ ମାଣବସା ଗୁରୁବାର ପୂଜା ଓ ଲାଷ୍ମୀ ପୁରାଣ ପାଠ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

