ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଉଦଘାଟିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଜି କଟକ ଠାରେ ୬୩ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଡିଜିପି ଅଭୟ। ଅପରାଧ, ଅପରାଧିକ କାର୍ଯ୍ୟକଳାପ, ଆଇନଶୃଙ୍ଖଳା ପରିସ୍ଥିତି, ସାଇବର କ୍ରାଇମ ଓ ମହିଳା ଓ ଶିଶୁ ସୁରକ୍ଷା ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନିଜ ଅଭିଭାଷଣରେ ରାଜ୍ୟ ପୁଲିସ ର ସଫଳତା ବଖାଣିଲେ ପୋଲିସ ଡିଜି ଅଭୟ। ଏଥିରେ ସେ କହିଛନ୍ତି ଯେ, ରାଜ୍ୟରେ ମାଓ କାର୍ଯ୍ୟକଳାପ କମିବା ସହ, ବିଛିନ୍ନାଞ୍ଚଳରେ ମଧ୍ୟ ପୋଲିସ ପହଞ୍ଚିଛି। ଏହାସହ ନିଶାଦ୍ରବ୍ୟ ଚୋରା ଚାଲାଣ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିଭଳି ପୋଲିସ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ସମସ୍ତ ରାଙ୍କରେ ପଦୋନ୍ନତି କରାଯାଇଛି। ଏହି ସମସ୍ତ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

powered by social2s