କିଙ୍ଗ ଅଫ ଆଟଲାଣ୍ଟଇସ ୱିସଡମ ଲ୍ୟାଣ୍ଡ ଓ ୱାଲର୍ଡ ୱାଇଡ ସେଲଫ ଡିଫେନ୍ସ ପକ୍ଷରୁ ଡ.ନାରାୟଣ ମହାପାତ୍ର ଙ୍କୁ ଅଫିସିଆଲ ପ୍ରତିନିଧି ମାନ୍ୟତା ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କିଙ୍ଗ ଅଫ ଆଟଲାଣ୍ଟଇସ ୱିସଡମ ଲ୍ୟାଣ୍ଡ ଓ ୱାଲର୍ଡ ୱାଇଡ ସେଲଫ ଡିଫେନ୍ସ ଡ.ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା କାର୍ଯ୍ୟ ନିମନ୍ତେ ଅଫିସିଆଲ ପ୍ରତିନିଧି ଓ ବୋର୍ଡ ମେମ୍ବର ହିସାବରେ ମାନ୍ୟତା ପ୍ରଦାନ କରିଛନ୍ତି। ମହାମାରୀ ପୃଷ୍ଠଭୂମିରେ ବରିଷ୍ଠ ନାଗରିକ ଓ ଅନ୍ୟ ଜନସାଧାରଣ ଙ୍କ ଦୁଃଖ ରେ ସାଙ୍ଗରେ ଛିଡା ହୋଇ ସାହାସ ଦେଇଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଆକ୍ରାନ୍ତ ପରିବାର ମାନଙ୍କୁ ନିଜ ସାଥୀ ମାନଙ୍କ ସହଯୋଗରେ ଦୀର୍ଘ ଦିନ ଧରି ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିଥିଲେ, ବହୁ ପରିବାର ର ପରିବା ଓ ଔଷଧ ଦରକାର ତାକୁ ମଧ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ ବହୁ କରୋନା ରୋଗୀଙ୍କୁ ହସପିଟାଲ ରେ ଭର୍ତ୍ତି କରିବା ରେ ସହଯୋଗ କରିଥିଲେ। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ସମାଜରେ ଶାନ୍ତି ଓ ଖୁସି ବାଣ୍ଟିଥିବା ନିମନ୍ତେ ଡ.ମହାପାତ୍ରଙ୍କୁ ସମ୍ମାନିତ କରିଛନ୍ତି।

powered by social2s