୨ଠ୨ଠ -୨୧ ଆର୍ଥିକ ବର୍ଷ ପାଇଁ ଓଡିଶା ଅର୍ଥମନ୍ତ୍ରୀ ୧୧,୨ଠଠ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିଛନ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶା ବିଧାନସଭାରେ ୨ଠ୨ଠ -୨୧  ଆର୍ଥିକ ବର୍ଷ ପାଇଁ ଓଡିଶା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୧୧,୨ଠଠ  କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିଛନ୍ତି।


୧୧,୨ଠଠ କୋଟିର ସପ୍ଲିମେଣ୍ଟାରୀ ବ୍ୟବସ୍ଥାରେ ପ୍ରଶାସନିକ ବ୍ୟୟ ପାଇଁ ୨,୨୭୩  କୋଟି, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭,୪୩୮ କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧,୪୮୪କୋଟି ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ପାଇଁ ୫ କୋଟି ଟଙ୍କା ରହିଛି।

ଜନସ୍ୱାସ୍ଥ୍ୟ ସେବା ପାଇଁ ୧,୬୨୭  କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧୀନରେ ଥିବା ମେଡିକାଲ କଲେଜ, ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ଭିତ୍ତିଭୂମି ବିକାଶ ପାଇଁ ୧ଠଠ  କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସେହିଭଳି ସୁସ୍ଥ କ୍ଷେତ୍ରରେ ଆନୁଷଙ୍ଗିକ ସେବାକୁ ମଜବୁତ କରିବା ପାଇଁ ୪ଠ୯  କୋଟି (ଚିକିତ୍ସା ଉପକରଣ ପାଇଁ ୩ଠ୫  କୋଟି ଏବଂ ନିର୍ମଳ  ପାଇଁ ୧ଠ୪ କୋଟି ଟଙ୍କା) ପ୍ରଦାନ କରାଯାଇଛି।

ଏହା ବ୍ୟତୀତ ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନା ପାଇଁ ୪୧୨  କୋଟି ଟଙ୍କା ଆବଣ୍ଟିତ ହୋଇଛି ଯେଉଁଥିରେ ଔଷଧ ପ୍ରତି ୩୩ଠ  କୋଟି, ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ ୫୧  କୋଟି ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୩ଠ  କୋଟି ଟଙ୍କା ପ୍ରଦାନ କରାଯାଇଛି।

powered by social2s