ଭଦ୍ରକ (୧୦/୧୨/୨୦୨୦): ଭଦ୍ରକ ସହରରେ କଂଗ୍ରେସ ଦ୍ୱାରା ଡକା ଯାଇଥିବା
୧୨ ଘଣ୍ଟିଆ ବନ୍ଦ ଯୋଗୁଁ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି।
ଦଳର ସଦସ୍ୟମାନେ NH-16 ଉପରେ ରାସ୍ତା ଅବରୋଧ କରିଥିଲେ ଏବଂ ଭଦ୍ରକ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।
ବିକ୍ଷୋଭକାରୀ କହିଛନ୍ତି ଯେ ଯଦି ରାଜ୍ୟ ସରକାର ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାରେ ବିଫଳ ହୁଅନ୍ତି ଏବଂ ଶୀଘ୍ର ଏକ ମେଡିକାଲ କଲେଜ ପ୍ରତିଷ୍ଠା ନ କରନ୍ତି, ତେବେ ସେମାନେ ପଞ୍ଚାୟତ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ।
ବନ୍ଦ ପାଇଁ ଦୋକାନ, ବଜାର ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି |
powered by social2s

