ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡ଼ି ଗଲେ ଶ୍ରମିକ। ଶ୍ରମିକ ଜଣଙ୍କ ହେଲେ ମାଟିନ ସେଖର।ସେ ଘରକାମ କରୁଥିବା ବେଳେ ମନମୁଣ୍ଡା ବାଇପାସ ରାସ୍ତାର ନିର୍ମାଣଧୀନ ଘର ଉପର ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାଟିନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମାଟିନ ୯୦ ପ୍ରତିଶତ ପୋଡ଼ିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
powered by social2s

