ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦିପାବଳୀ ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁ ରୁ ସହର। ଆଜି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ରାତି ୮ଟା ରୁ ୧୦ଟା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି। ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ବାଣ ଦୋକାନ କରିଥିବା ଜଣେ ଦୋକାନୀ କହିଛନ୍ତି ଯେ, ୨ ବର୍ଷ ପରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଥିବାରୁ ଲୋକମାନଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି। ଚଳିତବର୍ଷ ଛୋଟ ପିଲାଙ୍କ ବାଣ, ରକେଟ୍ ବାଣ, ହ୍ୱିସିଲ୍ ବାଣ, ହ୍ୱିସିଲ୍ ରକେଟ୍, ବିଭିନ୍ନ ଫ୍ୟାନ୍ସି ବାଣ ଅଧିକ ବିକ୍ରି ହେଉଛି। ଗତକାଲି ରାତିରେ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ବାଣ ଦୋକାନରେ ଚଢାଉ କରାଯାଇଥିଲା। ବେଆଇନ୍ ବାଣ ବ୍ୟବସାୟ କରୁଥିବା ବ୍ଯକ୍ତିଙ୍କ ଠାରୁ ବାଣ ଜବତ ହୋଇଥିଲା। ଆସନ୍ତାକାଲି ସୂର୍ୟ୍ଯୋପରାଗ ହେଉଥିବା ଯୋଗୁଁ ପୁରୀରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଚାଲିଛି ପିଣ୍ଡଦାନ। ଗୟା ଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ସେପଟେ ମା' କାଳୀଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କଟକରେ ୯୦ଟି ମଣ୍ଡପରେ ପୂଜା ପାଉଛନ୍ତି ମା' କାଳୀ। ସେହିପରି ଭୁବନେଶ୍ୱର ବରମୁଣ୍ଡାରେ ଥିବା କାଳୀମନ୍ଦିରରେ କଳସ ଭଷା ଯାଇ ଯଜ୍ଞ ଆରମ୍ଭ ହୋଇଛି। କାଲି ସୂର୍ୟ୍ଯୋପରାଗ ପଡୁଥିବାରୁ ସମସ୍ତ ନୀତିକ୍ରାନ୍ତି ରାତି ୯ଟା ରେ ଆରମ୍ଭ ହୋଇ ୧ ଟାରେ ଶେଷ ହେବ। ଭଦ୍ରକର ଅଧିଷ୍ଠାତ୍ରୀ ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ ଦର୍ଶନ ଦେଉଛନ୍ତି ମା'କାଳି। ଏଠାରେ ମା'ଙ୍କର ୭ଟି ବେଶ କରାଯାଇ ଥାଏ। ଆଜି ମା'ଙ୍କର ବେଦମାତା ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନ ଆସିଛନ୍ତି। ଭଦ୍ରକ ଜିଲ୍ଲାର ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି କ୍ରାନ୍ତି। ରାତି ୯ଟାରୁ ମନ୍ଦିରରୁ ଉଠିବ ମହାଦୀପ।
ଆଜି ଆଲୋକର ପର୍ବ ଦିପାବଳୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

