ଢେଙ୍କାନାଳରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ବିଶ୍ବ ଭିଜିଲାନ୍ସ ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ଠାରେ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ତାଲିମ ଗୃହଠାରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ବିଶ୍ବ ଭିଜିଲାନ୍ସ ଦିବସ ପାଳିତ ହୋଇଯାଇଅଛି।ଉକ୍ତ ଦିବସରେ ଯୁବ ଆଇନ୍ ଜିବୀ ତଥା ସରପଞ୍ଚ ବେଗା ଗ୍ରା଼.ପ. ରାହୁଲ ରାୟ ମହାଳିକ, ସାମ୍ବାଦିକ ତଥା ସାମାଜିକ କର୍ମୀ ପ୍ରଦୀପ କୁମାର ଦାସ, ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ ଛାତ୍ରଛାତ୍ରୀ, ସର୍ବସାଧାରଣ ଲାଞ୍ଚ ଦେବାନାହଁ କିମ୍ବା ଲାଞ୍ଚ ନେବା ନାହିଁ। ନେବା ଦେବାର ବିରୋଧ କରିବା ସୋଗାନ ଦେଇଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ, ପ୍ରଶିକ୍ଷିତ କିଶୋରୀ, ଗ୍ରାମବାସୀ ମାନେ ଲାଞ୍ଚ ଦେବାନାହିଁ କିମ୍ବା ଲାଞ୍ଚ ନେବାନାହିଁର ଶପଥ ପାଠ କରିଥିଲେ। ଛାତ୍ରଛାତ୍ରୀ ମାନେ ରାଲି କରି ସୋଗାନ ମାଧ୍ୟମରେ ସଚେତନ କରିଥିଲେ।ଉକ୍ତ ଦିବସଟିକୁ ଇଲନ୍ ପ୍ରଭା ସେନାପତି,ସୋଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣ୍ଣା ଧଳ, ରବିନ୍ଦ୍ର କୁମାର ସାମଲ, ପ୍ରକାଶ ସାମଲ ପରିଚାଳନା କରିଥିଲେ।

powered by social2s