ବାତିଲ ହେଲା ଚଳିତ ବର୍ଷର ଧବଳେଶ୍ୱର ଯାତ୍ରା, ଲାଗିଲା ଧାରା ୧୪୪

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ଯାତ୍ରାକୁ କଟକ ଜିଲ୍ଲା ପ୍ରଶାସନ ବାତିଲ କରିଛି। ଭକ୍ତମାନଙ୍କୁ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବାକୁ ବାରଣ କରିବା ପାଇଁ ଧାରା ୧୪୪ ଲାଗୁ କରାଯାଇଛି। ରବିବାର ଗୁଜୁରାଟର ମୋର୍ବିରେ ଏକ ପୁରୁଣା ସେତୁ ଭୁଶୁଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। କଟକ ଏସପି ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରକୁ ସଂଯୋଗ କରୁଥିବା ଝୁଲନ୍ତା ବ୍ରିଜ ଖରାପ ଅବସ୍ଥାରେ ଥିବାରୁ ଏହାର ମରାମତି ଆବଶ୍ୟକ ଥିବାରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ଜଣା ପଡ଼ିଛି।

powered by social2s