ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ପଞ୍ଚୁକୋଟ ଢାବା ନିକଟରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କାର୍ଟି ଭୁବନେଶ୍ୱରରୁ ନୟାଗଡ଼ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । କାର୍ରେ ଚାଳକଙ୍କ ସମେତ ୩ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ କାର୍ରେ ଥିବା ୩ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ ହୋଇଯାଇଥିଲା। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ କାର୍ର ନମ୍ବର ପ୍ଲେଟ୍ ଗୁଜରାଟର ହୋଇଥିବା ଜଣାପଡ଼ିଛି।
powered by social2s

