ନୂଆଦିଲ୍ଲୀ: ଚିତ୍ରଶିଳ୍ପୀ ଗ୍ରୁପ କଳାକଳ୍ପମ଼ ଆନୁକୁଲ୍ୟରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ "ଆକାର" ୨ ଉଦଘାଟିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଚାଣକ୍ୟପୁରୀର ବିନୟ ମାର୍ଗରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ କ୍ଲବର ପ୍ରଥମ ମହଲାରେ ଥିବା ଗ୍ୟାଲେରୀରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅବସର ପ୍ରାପ୍ତ ଆଇ.ଏ.ଏସ୍ ଅଶୋକ ବାଜପେୟୀ ଆଦି ସଂନ୍ଧ୍ୟାରେ ଏହାକୁ ଉଦଘାଟନ କରିଛନ୍ତି। ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାରୁ ୫ ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଭାଗ ନେଇଛନ୍ତି। ଚିତ୍ରଶିଳ୍ପୀ ମମତା ସାମନ୍ତରାୟ, ଗଙ୍ଗାନାରାୟଣ ମହାରଣା, ମୀନକେତନ ପଟ୍ଟନାୟକ, ମନୋଜ କୁମାର ସାହୁ, ରାଜୀବ ଲୋଚନ ସାହୁ ଓଡ଼ିଶାରୁ ଭାଗ ନେଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରୁ ଆସିମା ମାହୋତ୍ରା, ଅନୁପ କୁମାର ଶ୍ରୀ ବାସ୍ତବ, ଭାସ୍କର ସିହ୍ନା, ଗୈାତମ ପାର୍ଥ ରାୟ, ଗୁରଦୀପ ସିଂ, ନଳିନ ବର୍ତମାନ, ରାଜେନ୍ଦ୍ର କୁମାର ସଂଜୀବ ଶାଶ୍ୱତୀ, ସାନ୍ ସାନ୍ତ୍ୱନୁ ସରକାର, ରୀତା ଦତ୍ତ, ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି। ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତି ଗୁଡ଼ିକ ଦର୍ଶକ ମାନଙ୍କ ଦ୍ଵାରା ଆଦୃତ ହୋଇଥିବା ଜଣାଯାଇଛି।
ଜାତୀୟ ଚିତ୍ରକଳା ପ୍ରଦର୍ଶନୀ "ଆକାର" ୨ ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

