ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିରେ ଗନ୍ଧମାର୍ଦ୍ଧନ ପର୍ବତ ର ବିଲୁପ୍ତପ୍ରାୟ ଔଷଧିୟ ଗୁଳ୍ମ,ବନ୍ୟପ୍ରାଣୀ,ଜୀବଜନ୍ତୁ ର ସୁରକ୍ଷା ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗିର: ଦିଲ୍ଲୀ ଠାରେ ବିଜ୍ଞାନ ପ୍ରଯୁକ୍ତି,ଜଙ୍ଗଲ ପରିବେଶ,ଜଳବାୟୁ ପରିବର୍ତ୍ତନ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି ର ଅଧ୍ୟକ୍ଷ ଜୟରାମ ରମେଶ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକ ରେ କମିଟି ର ସଦସ୍ୟ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ଯୋଗଦେଇ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ପରିବେଶ ସନ୍ତୁଳନ ସକାଶେ ପ୍ରସିଦ୍ଧ ପୌରାଣିକ ଗନ୍ଧମାର୍ଦ୍ଧନ ପର୍ବତ ରେ ଥିବା ଜୀବନ ରକ୍ଷାକlରି ଆୟୁର୍ବେଦିକ ଜଡି଼ବୁଟି,ବହୁ ମୂଲ୍ୟବାନ ଜଙ୍ଗଲ ଜାତ ଗୁଳ୍ମ,ପଶୁପକ୍ଷୀ,ସରୀସୃପ ମାନଙ୍କ ସୁରକ୍ଷା ଏବଂ ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ଙ୍କ ଜଙ୍ଗଲ ପରିବେଷ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପଦକ୍ଷେପ ନେବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ.ସେହିପରି ନିୟମଗିରି ପର୍ବତ,ଦଣ୍ଡକାରଣ୍ୟ,ଖଣ୍ଡୁଆଲମାଲି ପର୍ବତ ଗିରି ମାଳ ,କପିଳାସ ପର୍ବତ, ଏବଂ ଓଡିଶା ର ସମସ୍ତ ପାହାଡ଼ ପର୍ବତ ରେ ବିଭିନ୍ନ ପ୍ରଜାତି ର ବିଲୁପ୍ତ ପ୍ରାୟ ଜଡି଼ବୁଟି,ଜୀବଜନ୍ତୁ,ବୃକ୍ଷଳତା ପକ୍ଷୀ,ସରୀସୃପ ଗୁଡିକ ର ସୁରକ୍ଷା ସଂରକ୍ଷଣ ଏବଂ ପୁନଃରୁଦ୍ଧାର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ.ଲୋକଙ୍କ ଧାର୍ମିକ ବିଶ୍ୱାସ ସହିତ ଜଡିତ ଥିବା ପାହାଡ଼ ପର୍ବତ ଗୁମ୍ଫାରେ ଥିବା ଧାର୍ମିକ ପୀଠ ଗୁଡିକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେଇ ସରକାରୀ ପ୍ରୋତ୍ସାହନ ଦେଲେ ଜଙ୍ଗଲ ପରିବେଶ ର ସୁରକ୍ଷା ବୃଦ୍ଧି ହୋଇପାରିବ ବୋଲି ସାଂସଦ ଶ୍ରୀ ବିଶି ମତ ପ୍ରକାଶ କରିଥିଲେ.ବୈଠକରେ ଭାରତ ସରକାର ଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ର ବରିଷ୍ଠ ଅଧିକାରୀ, ଷ୍ଟାଣ୍ଡିଂ କମିଟି ର ଲୋକସଭା ସାଂସଦ,ରାଜ୍ୟସଭା ସାଂସଦ ଗଣ ଉପସ୍ଥିତ ଥିଲେ l ପରେ ଜର୍ମାନୀ ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ର ଅଧିକାରୀ ଏବଂ ଭାରତୀୟ ଷ୍ଟାଣ୍ଡିଂ କମିଟି ର ସଦସ୍ୟ ମାନଙ୍କ ସହିତ ବିଶ୍ୱରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା.ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

powered by social2s