କଟକ: କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆସନ୍ତା ୮ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ଯାନବାହାନ ନିୟନ୍ତ୍ରଣ ପାଇଁ ପୋଲିସ କମିସନର ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ପୋଲିସ କମିସନର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଓଡିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ଵର , କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ , ଆସନ୍ତା ତା୦୮.୧୧.୨୦୨୨ ରିଖ ଠାରୁ ତା ୧୬.୧୧.୨୦୨୨ ରିଖ ପର୍ଯ୍ୟନ୍ତ କଟକରେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଲୋକମାନଙ୍କର ସୁଗମନାଗମନ ନିମନ୍ତେ କମିଶନରେଟ୍ ପୁଲିସ୍ ତରଫରୁ ନିମ୍ନଲିଖିତ ଟ୍ରାଫିକ୍ କଟକଣା କରାଯାଇଛି। • ସତୀ ଚଉରା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ , ସେମାନେ ବିଡ଼ାନାସୀ ବନ୍ଧ ଛକ ଦେଇ ଚହଟା ଛକରୁ ବାମକୁ ଯାଇ ଭୁଆସୁଣୀ ପଡ଼ିଆ ରେ ଗାଡ଼ି ପାକିଂ କରି ସେଠାରୁ ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସି ପାରିବେ । • ସତୀ ଚଉରା ଛକରୁ ଦୁଇ ଚକିଆ ଓ ତିନି ଚକିଆ ଯାନ ଗୁଡ଼ିକ ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆରେ ନିର୍ଧାରିତ ହୋଇଥିବା ପାକିଂ ସ୍ଥଳ ଯଥା ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ବର ଗଡ଼ା ର ବାମପଟ ପଡ଼ିଆରେ ଗାଡ଼ି ପାକିଂ କରି ପାରିବେ । • ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । ସେହି ଗାଡ଼ି ଗୁଡ଼ିକ ଚହଟା ଛକରୁ ବାମକୁ ଯାଇ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାକିଂ କରି ସେଠାରୁ ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସି ପାରିବେ । • ମଧୁସୂଦନ ସେତୁ ଆଡୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡ଼ିକ ଭୁଆସୁଣୀ ପଡ଼ିଆରେ ଗାଡ଼ି ପାକିଂ କରି ସେଠାରୁ ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆସି ପାରିବେ । • ଭୁଆସୁଣୀ ପଡ଼ିଆ ଓ ଚହଟା ପାଖରୁ କେବଳ ଦୁଇ ଚକିଆ ଯାନ ଗୁଡ଼ିକ ହରିଣ ପାର୍କ ପର୍ଯ୍ୟନ୍ତ ଆସି ବାଲିଯାତ୍ରା ପଡ଼ିଆ ପୂର୍ବରୁ ନିର୍ଧାରିତ ହୋଇଥିବା କାର୍ତ୍ତିକେଶ୍ବର ଗଡ଼ା ପାଖ ପାକିଂ ରେ ଗାଡ଼ି ରଖି ପାରିବେ। • ହରିଣ ପାର୍କ ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେନାହିଁ , ସେଗୁଡ଼ିକ ସେହି ଛକରୁ ଡାହାଣ କୁ ଯାଇ ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । • ବିଜୁ ପଟ୍ଟନାୟକ ଛକ ଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ଦୟାଶ୍ରମ ରାସ୍ତାରେ ସିଧା ବାଲିଯାତ୍ରା ଆଡକୁ ଯାଇ ପାରିବେ ନାହିଁ , ସେମାନେ ପାଖରେ ଥିବା ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । • ବିଜୁ ପଟ୍ଟନାୟକ ଛକ ଠାରୁ କେବଳ ଦୁଇ ଚକିଆ ଯାନ ଦୟାଶ୍ରମ ରାସ୍ତାରେ ଯାଇ ବାମପଟେ ଥିବା ପଡ଼ିଆରେ ଗାଡ଼ି ପାକିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇ ପାରିବେ । • କନିକା ଛକ ଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ଚଣ୍ଡୀ ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ । ସେମାନେ ବିଜୁ ପଟ୍ଟନାୟକ ଛକ ଦେଇ ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । • ଚଣ୍ଡୀ ଛକ ଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା କନଭେଣ୍ଟ୍ ସ୍କୁଲ୍ ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବେ ନାହିଁ । ସେମାନେ କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାର୍କିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । କିନ୍ତୁ ଏହି ଛକ ରୁ ଦୁଇ ଚକିଆ ଯାନ ଗୁଡ଼ିକ କନଭେଣ୍ଟ୍ ସ୍କୁଲ୍ ଓ ପି.ଏଚ୍.ଡି ଅଫିସ୍ ଦେଇ ଦୟାଶ୍ରମ ସାମ୍ନା ରେ ଗାଡ଼ି ପାକିଂ କରି ବାଲିଯାତ୍ରା କୁ ଯାଇ ପାରିବେ । • ସମାଜ ଅଫିସ୍ ଛକ ଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ନାରୀ ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । ସେମାନେ ମିଶନ୍ ରୋଡ଼ ରେ ଯାଇ ଚଣ୍ଡୀ ଛକ , କଣିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରି ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ । • ପି.ଏଚ୍.ଡି ଅଫିସ୍ ଓ ଦୟାଶ୍ରମ ଛକ ଠାରୁ କୌଣସି ଯାନ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । • ବକ୍ସି ବଜାର ଫାୟାର ଷ୍ଟେସନ୍ ଛକ ଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ରିଜର୍ଭ ପୁଲିସ୍ ଲାଇନ୍ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । ଏହି ଛକରୁ କେବଳ ଦୁଇ ଚକିଆ ଯାନ ରିଜର୍ଭ ପୁଲିସ୍ ଲାଇନ୍ ଦେଇ ଓଡ଼ିଶା ପୁଲିସ୍ ଆସୋସିଏସନ୍ ଛକ ଠାରୁ ବାମକୁ ଯାଇ ନାରୀ ସେବାସଦନ ଛକରୁ ଡାହାଣକୁ ଯାଇ କଳାବିକାଶ କେନ୍ଦ୍ର ଓ ପି.ଏଚ୍.ଡି ଅଫିସ୍ ଛକ ଦେଇ ଦୟାଶ୍ରମ ସାମ୍ନା ରେ ଗାଡ଼ି ପାକିଂ କରି ବାଲିଯାତ୍ରା କୁ ଯାଇପାରିବେ। • ନାରୀ ସେବାସଦନ ଛକ ଓ ଓଡ଼ିଶା ପୁଲିସ୍ ଆସୋସିଏସନ୍ ଛକ ଠାରୁ କୌଣସି ଗାଡି ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ ନାହିଁ । • ଯୋବ୍ରା ଓ ମାତାମଠ ପଟୁ ଆସୁଥିବା ସମସ୍ତ ଯାନ ଗୁଡିକୁ ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପାଖରୁ ଡାହାଣପଟ ଗଡ଼ାରେ ଗଡ଼ି ତଳ ବାଲିଯାତ୍ରା ପଡ଼ିଆ ପାଖରେ ଥିବା ଷ୍ଟାଣ୍ଡ ଗୁଡ଼ିକରେ ଗାଡ଼ି ପାକିଂ କରି ବାଲିଯାତ୍ରା କୁ ଯାଇପାରିବେ । ମୁଖ୍ୟ ବିଚାରପତିଙ୍କ ବାସଭବନ ଛକ ଠାରୁ କୌଣସି ଗାଡ଼ି ସିଧା ରିଂଗ ରୋଡ଼ ରେ ଗଡ଼ଗଡ଼ିଆ ମନ୍ଦିର ଆଡ଼କୁ ଯାଇପାରିବେ ନାହିଁ । • ହାୱଡ଼ା ମୋଟର ଛକ ଓ ମାସ୍ତାନ୍ ଦରଘା ଆଡୁ ଆସୁଥିବା ଗାଡ଼ି ଗୁଡ଼ିକ ହୋଟେଲ୍ ଗ୍ରୀନର ଛକ ଠାରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇ ପାରିବେ ନାହିଁ । ସେହି ଗାଡ଼ି ଗୁଡ଼ିକ ଯାଇ ରିଂଗ ରୋଡ଼ ରେ ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପକ୍ଷରୁ ଡାହାଣପଟ ଗଡ଼ାରେ ଗଡ଼ି ତଳ ବାଲିଯାତ୍ରା ପଡ଼ିଆ ପାଖରେ ଥିବା ଷ୍ଟାଣ୍ଡ ଗୁଡ଼ିକରେ ଗାଡ଼ି ପାକିଂ କରି ବାଲିଯାତ୍ରା କୁ ଯାଇପାରିବେ । • ଲାୟନ୍ତ୍ର ଆଇ ହସ୍ପିଟାଲ ଛକ ଠାରୁ କୌଣସି ଗାଡ଼ି ଷ୍ଟାଡିୟମ୍ ପଛପଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ । ଠିକ୍ ସେହିପରି ମଧୁସୂଦନ ଷ୍ଟାଚ୍ୟୁ ଛକ ଠାରୁ କୌଣସି ଯାନ ବାହାନ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । • ମୁଖ୍ୟ ବିଚାରପତିଙ୍କ ବାସଭବନ ସାମ୍ନା ପାକିଂ ସ୍ଥଳ ଗୁଡ଼ିକରୁ ଯାନ ଗୁଡ଼ିକ ବାହାରିବା ସମୟରେ କେବଳ ସିସୋର ରାସ୍ତା ଦେଇ ମାତାମଠ ଆଡ଼କୁ ଯାଇ ପାରିବେ । ଠିକ୍ ସେହିପରି କାର୍ତ୍ତିକେଶ୍ବର ଗଡ଼ା ପାଖ ପାକିଂ ସ୍ଥଳ ରୁ ସ୍ଥାନ ଗୁଡ଼ିକ ବାହାରିବା ସମୟରେ କେବଳ କ୍ୟାଣ୍ଟନମେଣ୍ଟ ଥାନା ଆଡ଼କୁ ଯାଇ ପାରିବେ । • ଆସନ୍ତା ୧୩.୧୧.୨୦୨୨ ରିଖ ସନ୍ଧ୍ୟା ସମୟରେ ବାରଙ୍ଗ ରାସ୍ତାରେ କାର୍ତ୍ତିକେଶ୍ବର ମେଢ ଭସାଣି ଥିବା ଯୋଗୁଁ ତ୍ରିଶୂଳିଆ ଓ ନନ୍ଦନକାନନ ରାସ୍ତା ଯାନବାହାନ ଚଳଚଳ ବନ୍ଦ ରହିବ । ନନ୍ଦନକାନନ ପଟୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ଯିବାକୁ ଥିବା ଯାନବାହାନ ଗୁଡ଼ିକ ବାରଙ୍ଗ ରାସ୍ତା ନଦେଇ ଦେଇ ଭୁବନେଶ୍ବର କଟକ ଜାତୀୟ ରାଜପଥ ରେ କଟକ ଯାଇପାରିବେ । ସେହିପରି କଟକ ପଟୁ ନନ୍ଦନକାନନ ଯିବାକୁ ଚାହୁଁଥିବା ଯାନବାହାନ ଗୁଡ଼ିକ ତ୍ରିଶୂଳିଆ ଛକ ଠାରୁ ବାଲିକୁଦା ଛକ ଦେଇ ଜାତୀୟ ରାଜପଥ ରେ ଭୁବନେଶ୍ବର ଯାଇପାରିବେ । ପାକିଂ ସ୍ଥଳ ୧ . ଭୁଆସୁଣୀ ପଡ଼ିଆ ୨ . ଆନନ୍ଦ ଭବନ ପାଖ ଖ୍ରୀଷ୍ଟିୟାନ୍ ପଡ଼ିଆ ୩ . ଦୟାଶ୍ରମ ସାମ୍ନା ପଡ଼ିଆ ୪ . କାର୍ତ୍ତିକେଶ୍ବର ଗଡ଼ାର ବାମପଟ ପଡିଆ ୫ . କାର୍ତ୍ତିକେଶ୍ବର ଗଡ଼ାର ପଶ୍ଚିମ ପଟ ପଡିଆ ୬ . ମୁଣ୍ଡା ସାହି ପଡ଼ିଆ ( ମୁଖ୍ୟ ବିଚାରପତିଙ୍କ ବାସଭବନ ସାମ୍ନା ) ୭ . ଗୋରାକବର ପଡ଼ିଆ ଉପରୋକ୍ତ କଟକଣା ଗୁଡିକ ଅପରାହ୍ନ ୩ ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଉପରୋକ୍ତ କଟକଣା ଗୁଡିକ ପୁଲିସ , ଫାୟାର ବ୍ରିଗେଡ , ଏକ୍ସସାଇଜ ଓ ଆମ୍ବୁଲାନ୍ସ ଗାଡିଗୁଡିକ ପାଇଁ ଲାଗୁ ହେବ ନାହିଁ ।
ବାଲିଯାତ୍ରା ଉତ୍ସବ-୨୦୨୨ ଉପଲକ୍ଷେ କଟକ ସହରରେ ଯାନବାହାନ ନିୟନ୍ତ୍ରଣ ବ୍ଯବସ୍ଥା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

