ଉତ୍କଳ ପର୍ଯ୍ୟନ୍ତ ନିଗମ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଏବଂ ସମ୍ବର୍ନ୍ଧନା ସଭା ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଉତ୍କଳ ପର୍ଯ୍ୟନ୍ତ ନିଗମ କର୍ମଚାରୀ ସଂଘ(ନିର୍ବାଚନ ୟୁନିଅନ୍)ର ବାର୍ଷିକ ଉତ୍ସବ ଏବଂ ସମ୍ବର୍ନ୍ଧନା ସଭା ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି।

ଏହି ସଭାରେ ୟୁନିଅନର ସଭାପତି ଶ୍ରୀ ସିବାନନ୍ଦ ରାୟ, କାର୍ଯ୍ୟରତ ସଭାପତି ଶ୍ରୀ ବେନୁଧରା ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ନିରଂଜନ ନାୟକ ଏବଂ OTDC ୟୁନିଟ୍ ରୁ ଆସିଥିବା ଶତାଧିକ କର୍ମଚାରୀ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ।

ନୂତନ ଭାବରେ ଶ୍ରୀ ରାଜେନ୍ଦ୍ର ସମ୍ରାଟଙ୍କୁ ସଂଙ୍ଘର ପରାମର୍ଶଦାତା ଏବଂ ଶ୍ରୀ ସୁରେନ୍ଦ୍ର ନାୟକଙ୍କୁ ଆଇନ ପରାମର୍ଶଦାତା ଭାବେ ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସ୍ୱାଗତ କରାଗଲା। ଏବଂ ଶ୍ରୀ ଅଭୟ ରାଉତ ସଂଙ୍ଘର ସମସ୍ତ କର୍ମଚାରୀ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତିରେ ଜେନେରାଲ୍ ସଚିବ ଭାବେ ନିର୍ବାଚିତ ହେଲେ । ଏହି ସଭାରେ OTDC କର୍ମଚାରୀ ମାନଙ୍କର ସବୁ ଅଭିଯୋଗ ଏବଂ ସୁବିଧା ଅସୁବିଧା କିପରି ଭଲ ଭାବେ ହୋଇପାରିବା ତାହାକୁ ଆଲୋଚନା କରଯାଇଥିଲା । ସଭାରେ ମୁଖ୍ୟ କାର୍ଯନୁଷ୍ଠାନ କରାଗଲା କି ୧. NMR/DLR କର୍ମଚାରୀ ମାନେ ତାଙ୍କର କାର୍ଯ୍ୟ ୨୫ ବର୍ଷ କରିସାରିଲେଣି ସେମାନଙ୍କର କିପରି ନିୟମିତ କରାଯିବ ଓ ୨. ଠିକା କର୍ମଚାରୀ ମାନେ ତାଙ୍କର ୬ ବର୍ଷ କାର୍ଯ୍ୟ କରିସାରିଲେଣି ତେଣୁ ସି. ଏମ୍ ଓଡ଼ିଶା ସେମାନଙ୍କ ପାଇଁ ଯେଉଁ ଦାୟିତ୍ବ କରିବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଘୋଷଣା କଲେ ତାହାର କିପରି ସମାଧାନ ହୋଇପାରିବ ସେହି କଥା ସଭାର ମୁଖ୍ୟ ଆଲୋଚନା ହୋଇଥିଲା। ସଭାରେ OTDC ର ନୂତନ ଅଧ୍ଯକ୍ଷ ଭାବେ ଦାୟିତ୍ଵ ନେଇଥିବା ଶ୍ରୀ ଲେନିନ ମହାନ୍ତିଙ୍କୁ ସ୍ଵାଗତ କରାଗଲା। ଏହି ସଭାରେ ମୁଖ୍ୟ ପ୍ରସ୍ତାବ କରାଗଲା କି NMR/DLR ଓ ଠିକା କର୍ମଚାରୀ ମାନଙ୍କର ନିୟମିତ କରାଯିବା ବିଷୟରେ ନୂତନ OTDC ଅଧକ୍ଷ ଙ୍କ ପାଖରେ ଦାବି ପ୍ରସ୍ତୁତ କରାଯିବ ଓ ସମସ୍ତ କର୍ମଚାରୀ ମାନଙ୍କର ଆଗକୁ କିପରି ଭଲ ସୁବିଧା ହୋଇପାରିବ ଓ ସେମାନେ କିପରି ଖୁସି ରେ କାମ କରିବେ ସେ ବିଷୟରେ ବି ଆଲୋଚନା କରାଯିବ। ଶେଷରେ ଏହି ସଭାରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଜେନେରାଲ ସେକ୍ରେଟାରୀ ଶ୍ରୀ ଅଭୟ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

powered by social2s