ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ଓଡ଼ିଶା ସରକାର ଦେଉଛନ୍ତି ସବୁଠାରୁ କମ୍ ଭତ୍ତା: ବିକଳାଙ୍ଗ ମଞ୍ଚ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡିଶାର ଗୋଟିଏ ଗ୍ୟାସ୍ସିଲିଣ୍ଡର୍ ର ଦାମ୍ ୧୦୯୫ ଟଙ୍କା ହୋଇଥିବା ବେଳେ ଓଡ଼ିଶା ସରକାର ଗୋଟିଏ ଭିନ୍ନକ୍ଷମ ପରିବାର ର ମାସିକ ଭରଣ ପୋଷଣ ପାଇଁ ମାତ୍ର ୫୦୦ଟଙ୍କା ଭତ୍ତା ଆକାରରେ ଦେଇ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମ୍ପର୍କରେ ଦମ୍ଭୋକ୍ତୀ ପ୍ରଦାନ କରନ୍ତି। ଏକ ଅନୁଶୀଳନ ରୁ ଜଣାଯାଏ, ଓଡ଼ିଶା ଦେଉଥିବା ପେନସନ ର ପରିମାଣ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍। ଗତ ୨୦୨୦ ମସିହା ନଭେମ୍ବର ମାସ ୨୬ରିଖ ରେ କେନ୍ଦ୍ରୀୟ ଭିନ୍ନକ୍ଷମ ଉପଦେଷ୍ଟା ପରିଷଦ ବୈଠକ ରେ ଏହି ବିଷୟରେ ଚର୍ଚ୍ଚା ହେଇଥିଲା। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦାୟିତ୍ବରେ ଥିବା କେନ୍ଦ୍ର ମନ୍ତ୍ରୀ ପାୱାର ଚାନ୍ଦ ଘେଲୋଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ଭାଗ ନେଇ ଅରୁଣାଚଳ ପ୍ରଦେଶର ମନ୍ତ୍ରୀ ଶ୍ରୀ ଆଲୋଲୀବାଙ୍କ୍ କହିଥିଲେ ଯେ ତାଙ୍କ ରାଜ୍ୟରେ ଭିନ୍ନକ୍ଷମ ଭତ୍ତା ମାସକୁ ୨୦୦୦ଟଙ୍କା ଦିଆଯାଉଛି, ଛତିଶଗଡ଼ର ମନ୍ତ୍ରୀ ଅନିଲ୍ ଭେନଦିଆ କହିଥିଲେ ଯେ ତାଙ୍କ ରାଜ୍ୟରେ ଭିନ୍ନକ୍ଷମ ଭତ୍ତା ମାସକୁ ୨୦୦୦ଟଙ୍କା ଦିଆଯାଉଛି, ଶିକିମ୍ ର ମନ୍ତ୍ରୀ ଡଃ. ଏମ୍ କେ ଶର୍ମା କହିଥିଲେ ଯେ ତାଙ୍କ ରାଜ୍ୟରେ ଭିନ୍ନକ୍ଷମ ଭତ୍ତା ମାସକୁ ୨୦୦୦ଟଙ୍କା ଦିଆଯାଉଛି, ଉକ୍ତ ବୈଠକରେ ଓଡ଼ିଆ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଭତ୍ତା ବଢାଇବା ସମ୍ପର୍କରେ ଆଲୋଚନା ସମ୍ପର୍କରେ ଅଂଶଗ୍ରହଣ ନ କରି ନିରବ ରହିଥିଲେ ତାଙ୍କର ଏହି ନିରବତା ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବର୍ଧ୍ୟୀତ ପରିମାଣରେ ଯୋଗାଇ ଦେବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଇଁ ଏକ ଲଜ୍ଜାଜନକ ଓ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରିଥିଲା। ଯଥାଶୀଘ୍ର ଓଡ଼ିଶା ସରକାର ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ରୁ ୩୦୦୦ଟଙ୍କା ମାସିକ ବୃଦ୍ଧି କରିବା ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ ସମେତ ଓଡ଼ିଶାର ବହୁ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠକ ମାନେ ଦାବି କରୁଛନ୍ତି। ଚଳିତ ମାସରେ ହେବାକୁ ଥିବା ଏକାଦଶ ବିଧାନସଭା ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଠୋସ୍ ନିଷ୍ପତ୍ତି ନେବାକୁ ଓଡ଼ିଶା ବିକଳାଙ୍ଗ ମଞ୍ଚ ଆଶ୍ରୟ ଉତ୍କଳ ଦୃଷ୍ଟିହୀନ ସଂଘ ସମେତ ବହୁ ସାମାଜିକ ସଂଗଠନ ଏହି ସମ୍ପର୍କରେ ସ୍ବତନ୍ତ୍ର ଦାବି ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପ୍ରେରଣ କରିଛନ୍ତି।

powered by social2s