ଭୁବନେଶ୍ୱର- ସ୍ଥାନୀୟ ଏକାମ୍ର ହାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଆର୍ଟିଷ୍ଟ ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଚିତ୍ରାଞ୍ଜଳି ଉଦଯାପିତ ହୋଇଯାଇଛି। ଏ ଅବସରରେ ଶିବିରାର୍ଥୀମାନଙ୍କ ଦ୍ୱାରା ପ୍ରସ୍ତୁତ ୨୩ଟି କାନଭାସ୍ ଚିତ୍ରର ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରିଥିଲେ। ପୂଜ୍ୟପୂଜା ପରମ୍ପକୟରା ଆଧାରରେ ହେଲେନ୍ ବ୍ରହ୍ମାଙ୍କୁ ଗୁରୁ ବ୍ୟୋମକେଶ ମହାନ୍ତି ପୁରସ୍କାର, ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ାଙ୍କୁ ଗୋକୁଳ ବିହାରୀ ପଟ୍ଟନାୟକ ସମ୍ମାନ, ପ୍ରବୋଧ କୁମାର ସାହୁଙ୍କୁ ଡିଏନ୍ ରାଓ ସମ୍ମାନ ଏବଂ ରଘୁନାଥ ସାହୁଙ୍କୁ ବଂଶୀଧର ପାତ୍ର ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ରାଶି ସହ ଉପଢ଼ୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ଏହି ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶାସନ ସଚିବ ମନୋଜ ମିଶ୍ର, ସମ୍ମାନିତ ଅତିଥି ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ବିନୋଦ ମହାରଣା, ସୁରେନ୍ଦ୍ର ସାହୁ, ସିନେ କଳାକାର ସମରେଶ ରାଉତରାୟ, ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏ ଅବସରରେ ଅତିଥିମାନେ ‘ଆଓ’ର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ତଥା ଆର୍ନ୍ତଜାତୀୟସ୍ତରରେ ପହଞ୍ଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ପ୍ରୟାସ ଜାରି ରଖିବା ପାଇଁ ଅତିଥିମାନେ ଉଦବୋଧନ ଦେଇଥିଲେ। ‘ଆଓ’ର ସମ୍ପାଦକ ସମରେନ୍ଦ୍ର ଦାଶ ସମ୍ମାଦକୀୟ ବିବରଣୀ ଦେଇଥିଲେ। ଉପସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସଞ୍ଜୟ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ ଏବଂ ସଙ୍ଗୀତା ପଟ୍ଟନାୟକ ପ୍ରଦର୍ଶନୀ ଓ ଶିବିରର ପରିଚାଳନା ଦାୟିତ୍ୱ ତୁଲାଇଥିଲେ।
‘ଆଓ’ର ସଭାପତି ଜନପ୍ରିୟ ଦେବତା, ସମ୍ପାଦକ ସମରେନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଏକ ତିନି ଦିନିଆ ଜାତୀୟ ଚିତ୍ରକଳା କର୍ମଶାଳା ଓ ଚଳଚ୍ଚିତ୍ର ଉସତ୍ବର ଶୁଭାରମ୍ଭ କରାଯାଇଛି। ଦୀର୍ଝ ୩୦ ବର୍ଷ ଧରି ଏହି ଅନୁଷ୍ଠାନ ଓଡ଼ିଶାର କଳା ସଂସ୍କୃତି ଦିଗରେ ଉନ୍ନତି ଆଣିବା ପନାଇଁ ଚେଷ୍ଟା ଜାରି ରଖିଥିବାବେଳେ ବିଭିନ୍ନ ସମୟରେ ଚିତ୍ର ପ୍ରଦର୍ଶନୀ, ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜିତ କରିଆସୁଛି। ସେହିପରି ଅନୁଷ୍ଠାନ ପକ୍ଷରୁ ଯୁବଶିଳ୍ବୀଙ୍କୁ ଉସତ୍ାହିତ କରିବାଳ ପୂର୍ବକ ସମ୍ମାନିତ କରାଯାଇଥାଏ। ତେବେ ଏହି ୩ଦିନିଆ କାର୍ଯ୍ୟକ୍ରମରେ ଅନେକ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଉପସଭାପତି ଚିନ୍ତାମଣି ବିଶ୍ୱାଳ, ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, ଶୁଭଶ୍ରୀ ମିଶ୍ର, ବିବେକାନନ୍ଦ ଦାସ ସହଯୋଗ କରିଥିଲେ। ବରିଷ୍ଠ ଶିଳ୍ପୀ ତଥା ଅଧ୍ୟାପକ ମିନକେତନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଆଓ’ ପକ୍ଷରୁ ଚିତ୍ରାଞ୍ଜଳୀ ଉଦଯାପିତ; ରଘୁନାଥ ସାହୁଙ୍କୁ ବଂଶୀଧର ପାତ୍ର ସ୍ମାରକୀ ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

