ସେଲ୍ଫି ନେବା ବେଳେ ନଦୀକୁ ଖସିଲେ ଯୁବକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନବରଙ୍ଗପୁର: ସେଲ୍ଫି ନେବା ବେଳେ ନଦୀକୁ ଖସିପଡ଼ିଲେ ଜଣେ ଯୁବକ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଘୁମୁରେଶ୍ୱର ଶୈବପୀଠରେ। ନିଝୋଜ ଯୁବକ ହେଲେ ହରିବନ୍ଧୁ ଗୂଡ଼। ତାଙ୍କ ବୟସ ୧୮ ବର୍ଷ । ଗତକାଲି ହରିବନ୍ଧୁ ତାଙ୍କ ଦୁଇ ବନ୍ଧୁଙ୍କ ସହ ଶୈବପୀଠ ବୁଲିବାକୁ ଯାଇଥିଲେ। ସେଠାରେ ଥିବା ସୁଇଚ ଜଳପ୍ରପାତ ଉପରେ ଫଟୋ ଉଠାଇବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ଅଗ୍ନିଶମ କର୍ମଚାରୀ ଗତକାଲି ଠାରୁ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କ ସଂଧାନ ମିଳିନାହିଁ।

powered by social2s