ପାଟଣାଗଡ: ଆଜି ଦିନ ୧୧ ଟା ସମୟ ରେ ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝିଓ ପାଟଣାଗଡ଼ ରାଜସ୍ବ ନିରିକ୍ଷକ କୌଣସି ସୂତ୍ରରୁ ଖବର ପାଇଁ ଧୁବଲାପଡା ନିକଟର ମାୟାବତି ନଦି ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ରେ ଦାୟିତ୍ୱ ରେ ଥିବା ମୁନସୀ ବୈକୁଣ୍ଠ ଧରୁଆ ଙ୍କୁ ରସିଦ ମାଗିଥିଲେ । ମୁନସୀ ଜଣକ ସରକାରୀ ନିୟମ ଅନୁସାରେ ନାମ, ଠିକଣା ,ସମୟ,ୱ।ଇଫାର୍ମ ରେ ସଠିକ୍ ତଥ୍ୟ ରସିଦରେ ନଥିବା ସହ ଜେରକ୍ସ ନକଳି ରସିଦ କାଟୁଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଁ ଥିଲେ ।ୱଇଫାର୍ମ ରେ ନକଳି ରସିଦ ଥିବା ସହ ଅନ୍ୟ ଜିଲ୍ଲାଗୁଡିକରୁ ବାଳି ଉଠାଯାଇଥିବା ଲେଖା ଯାଇଥିବା ତହସିଲଦାର ଶ୍ରୀ ମାଝୀ ଦେଖିବାକୁ ପାଇଥିଲେ । ସରକାରୀ ନିୟମ ଅନୁଯାୟୀ ଗୋଟିଏ ବର୍ଷ ପାଇଁ ୮ ଶହ ଟ୍ରିପ ବାଳି ଉଠାଇବାର ବ୍ୟବସ୍ଥା ସେହି ଘାଟରୁ ରହିଅଛି ।କିନ୍ତୁ ଲିଜ୍ ରେ ନେଇ ଥିବା ଠିକାଦାର ପ୍ରେମାନନ୍ଦ ପ୍ରଧାନ ସରକାରୀ ନିୟମ ନ ମାନି ବେଆଇନ ଭାବରେ ବାଲି ଚୋରାଚାଳଣା କରୁଥିଲେ ।ତହସିଲଦାର ଦୁଇଟି ବହି ନଂ ୩୮୬୫୨ ଓ ୩୮୬୬୭ ଓ ଦୁଇଟି ଖାତା , ରିଜିଷ୍ଟର ସହ ୧୩ ୱ।ଇଫାର୍ମ ଖାତା କୁ ଜବତ କରିଥିଲେ । ଉକ୍ତ ବାଲି ଘାଟ କୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟାନ୍ତ ବନ୍ଦ କରିବାକୁ ତହସିଲଦାର ଶ୍ରୀ ମାଝି ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ
ଧୁବଲପଡା ବାଳି ଘାଟ ଉପରେ ତହସିଲଦାର ଙ୍କ ଚଢ଼ାଉ; ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s