ରାଷ୍ଟ୍ରପତିଙ୍କୁ ନେଇ TMC ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ NCWକୁ ଚିଠି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗରେ ଅଶାଳୀନ ମନ୍ତବ୍ଯ ଦେଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ। TMC ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଜାତୀୟ ମହିଳା କମିଶନ (NCW)କୁ ଚିଠି ଲେଖିଲା ବିଜେପି। ପଶ୍ଚିମବଙ୍ଗର ବିଜେପି ଉପସଭାପତି ସୌମିତ୍ର ଖାନ୍‌ ଅଖିଳ ଗିରିଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କରିଥିବା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାଯାଉ ଓ ତାଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମାପ୍ରାର୍ଥନା କରନ୍ତୁ । ଏନେଇ TMC ନେତା ଅଖିଳ ଗିରି ଅନୁତାପ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରିଥିବାରୁ କ୍ଷମା ପାର୍ଥନା କରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ସେ କ୍ରୋଧାନ୍ୱିତ ହୋଇ ଏପରି କହିଥିବାରୁ ସେ ଅନୁତପ୍ତ ବୋଲି ମତ ରଖିଛନ୍ତି।

powered by social2s