ଭୁବନେଶ୍ୱର: ଡିସେମ୍ବର ୧୯ ରୁ ଓଡିଶା ରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ବଭାବିକ ଠାରୁ ୪ ରୁ ୬ ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା।
ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ୧୦ ରୁ ୧୨ ଡ଼ିଗ୍ରୀ ଖସି ଆସିବ ବୋଲି ଅନୁମାନ କରାଯାଉଛି।ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଜଗତସିଂହପୁର, ବାଲେଶ୍ଵର, ନୟାଗଡ଼, ଭଦ୍ରକ ଏବଂ ମୟୁରଭଞ୍ଜ।
ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୮ ରୁ ୧୦ ଡିଗ୍ରୀ ଯାଏଁ ଖସିବ ତାପମାତ୍ରା।
ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେଓଁଝର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲା ରେ ଖସିବ ପାରଦ।
powered by social2s

