ଆଜି ପ୍ରଧାନମନ୍ତ୍ରୀଙ୍କ ବାଲି ଗସ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି G-20 ସମ୍ମିଳନୀରେ ଯୋଗ ଦେବାକୁ ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ନଭେମ୍ବର ୧୫ ଓ ୧୬ରେ ଇଣ୍ଡୋନେସିଆର ବାଲିରେ G-20 ସମ୍ମିଳନୀ ଅନୁଷ୍ଠିତ ହେବ। US, ଫ୍ରାନ୍ସ, UK , ଜର୍ମାନୀର ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଖାଦ୍ୟ, ଶକ୍ତି ଓ ନିରାପତ୍ତାକୁ ନେଇ ହେବାକୁ ଥିବା ଆଲୋଚନାରେ ଭାଗନେବେ ମୋଦି। ଦୁଇ ଦିନିଆ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ ସମୁଦାୟ ୨୦ଟି କାର୍ଯ୍ୟକ୍ରମରେ ଯୋଗଦେବେ। ଉଦ୍‌ଯାପନୀ ଉତ୍ସବରେ ପରବର୍ତ୍ତୀ G-20 ସମ୍ମିଳନୀରେ ପ୍ରେସିଡେନ୍ସି ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ।

powered by social2s