Warning: getimagesize(/home/odiaray/public_html/images/IMG-20221114-WA0012.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20221114-WA0012.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ବିଶ୍ୱ ଆଦିବାସୀ ପୁସ୍ତକ ଉନ୍ମୋଚିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଦି ଟ୍ରାଇବାଲ ଫାଉଣ୍ଡେସନ୍ ଜନଜାତିଙ୍କ ବହୁମୂଲ୍ୟ ସଂସ୍କୃତି କୁ ତାର ନିଜସ୍ଵ ଶୈଳୀରେ ଲୋକଲୋଚନକୁ ଆଣିବା ଏବଂ ସେଗୁଡ଼ିକୁ ବିଶ୍ୱ ସମ୍ମୁଖରେ ଉନ୍ମୋଚନ କରିବା କାର୍ୟ୍ୟରେ ନିୟୋଜିତ ରହିଛି। ଏହି ଫାଉଣ୍ଡେସନର ଉଦ୍ଦେଶ୍ୟ ହେଉଛି ଆଦିବାସୀ ବାଳିକା ତଥା/ମହିଳାମାନଙ୍କୁ ସେମାନଙ୍କର ପୁରୁଣା ଐତିହ୍ୟ ଏବଂ ସାଂସ୍କୃତିକ ପରମ୍ପରାକୁ ପ୍ରଦର୍ଶନ କରିବା ସହିତ ସେମାନଙ୍କର ବ୍ୟକ୍ତିଗତ ପରିଚୟକୁ ବଜାୟ ରଖିବାଓ ତ ସହିତତଙ୍କର ବ୍ୟକ୍ତିତ୍ଵ ର ବିକାଶ କରିବା। ୨୦୧୮ ରେ ଫାଉଣ୍ଡେସନ କଳିଙ୍ଗ ଗୌରବ ପୁରସ୍କାର ସହ ମିଶି ଭାରତର ପ୍ରଥମ ଆଦିବାସୀ ରାଣୀ "ଆଦି ରାଣୀ"ପ୍ରତିଯୋଗିତା ର ଆୟୋଜନ କରିଥିଲା। ପୁଣି ୨୦୨୨ ରେ ଅକ୍ଟବୋର ମାସ ୧୩ ରୁ ୧୭, ଦିନଦୟାଲ ଷ୍ଟାଡିୟମ୍ ରାୟପୁର ରେ ଦ୍ଵିତୀୟ ଆଦିବାସି ରାଣୀ ର ଚୟନ କରାଯାଇଥିଲା। ୨୦୨୩ ଜାନୁଆରୀ ମାସରେ ନୂଆଦିଲ୍ଲୀରେ ବିଶ୍ୱ ଆଦିବାସୀ ସମ୍ମିଳନୀର ଆୟୋଜନ ପାଇଁ ଏଟିଏଫ ଫାଉଣ୍ଡେସନର ଯୋଜନା ରହିଛି। ନଭେମ୍ବର ୧୨ ତାରିଖରେ ଫାଉଣ୍ଡେସନ ଡଃ ଅଖୀଳ ବିହାରୀ ଓତା ଓଡିଶା ସରକାରଙ୍କ ଏସଟି ଏସସି ବିଭାଗର ପୂର୍ବତନ ନିର୍ଦ୍ଦେଶକ ଙ୍କ ଦ୍ୱାରା ଭର୍ଚୁଆଲ ମୋଡରେ ବିଶ୍ୱ ଆଦିବାସୀ ପୁସ୍ତକ ଉନ୍ମୋଚନ କରିଛି। ଡ.ପରୀନ୍ ସୋମାନି, ଗ୍ଲୋବାଲ ସ୍ପିକର ୟୁକେ, ଡ।ସଞ୍ଜୟ ଶତପଥୀ, କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ଡ.ମେଜର କଳ୍ପନା ଦାସ ଚେୟାର ପର୍ସନ ଏଟିଏଫ୍, ଡ,ଦୁର୍ଗା ଷଡଙ୍ଗୀ, ପ୍ରଫେସର ରମାଦେବୀ ପିଜି କାଉନସିଲର ପୂର୍ବତନ ଅଧ୍ୟକ୍ଷ , ଡକ୍ଟର ଚିଦାତ୍ମିକା ଖଟୁଆ ଅଟଫ ର ପ୍ରତିଷ୍ଠାତା ଏବଂ ସମଗ୍ର କାର୍ୟ୍ୟକ୍ରମକୁ ଶ୍ରୀ ଗୌତମ ମହନ୍ତି ସଂୟୋଜନା କରିଥିଲେ ଏହି ଉଦଘାଟନୀ ସମାରୋହରେ ଦେଶବ୍ୟାପୀ ଆଦିବାସୀ ରାଷ୍ଟ୍ରଦୂତମାନେ ଅଂଶଗ୍ରହଣ କରିଥିଲେ। ସେମାନେ କିପରି ଏକ ବିଚାରଶୀଳ ଆଦିବାସୀ ଭାରତ ଗଠନ କରାୟାଇପାରିବ, ସେମାନଙ୍କର ସର୍ବାଙ୍ଗିନ ଉନ୍ନତି ହେଇପାରିବ,ସେ ବିଷୟରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ।ସବୁଠାରୁ ଗୁରୁତବପୂର୍ଣ୍ଣ ହେଉଛି ଏହା ଗୋଲ୍ଡେନ ବୁକ୍ ଅଫ ରେକଡ଼ର୍ ମାନ୍ୟତା ପାଇ ସାରଛନ୍ତି।

powered by social2s