ଭୁବନେଶ୍ୱର: ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ,ଉତ୍କଳ ସମ୍ମିଳନୀ, କୃଶକଙ୍କ ଅଧିକାର ସୁରକ୍ଷା ତଥା ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କଳା ଓ ସଂସ୍କୃତି ଆଦିର ବିକାଶ ଦିଗରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ଅବଦାନ ଅଦ୍ଵିତୀୟ। ଆଜି ତାଙ୍କର ପବିତ୍ର ୧୫୦ ତମ ଜନ୍ମତିଥି ଅବସରରେ ୱିନରସ କ୍ଲବ, ସହିଦନଗର ଠାରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଯୁବ ସମାଜ ତାଙ୍କ ଆଦର୍ଶକୁ ମାନି ଦେଶ ପାଇଁ ଚିନ୍ତା କରିବାକୁ ଆହ୍ବାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଉମା ନାଥ ମିଶ୍ର, ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ଲଲିତ ମୋହନ ପଣ୍ଡା, ଲାଲା ରାୟ, ଦେବାଶିଷ ମହାରଣା, ସନ୍ତୋଷ ରାଓ, ଭବାନି ଶଙ୍କର ଜେନା,ମନୋରଞ୍ଜନ ପଲେଇ, ରାହୁଲ ପଲେଇ, ପ୍ରଭାତ ବେହେରା, ହେମନ୍ତ ମଲୀଆ ଓ କ୍ଲବ ର ବହୁ ସଦସ୍ୟ ଯୋଗ ଦେଇଥିଲେ।
powered by social2s

