ଆନ୍ଦୋଳନକୁ ବ୍ୟାପକ କରିବାକୁ ଶିକ୍ଷକଙ୍କ ଚେତାବନୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଶିକ୍ଷକଙ୍କ ଧାରଣାର ଆଜି ଦ୍ୱିତୀୟ ଦିନ। ଓଡ଼ିଶା ସରକାରଙ୍କ ଶିକ୍ଷା ନୀତିକୁ ବିରୋଧ କରି ଗତକାଲି ଠାରୁ ରାଜରାସ୍ତାରେ ବସି ରହିଛନ୍ତି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ତିନି ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ନୂତନ ପେନସନ ଯୋଜନାରେ ସରକାର ନୀତିବିହୀନ ନିଷ୍ପତି ନେଇଥିବା ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକମାନେ । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକ।

powered by social2s