ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲା ପାଷ୍ଟିପଡ଼ା ନିକଟ ଜାତୀୟ ରାଜପଥ ୧୬ ରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ଟ୍ୟାଙ୍କରରୁ ପ୍ରବଳ ମାତ୍ରାରେ ଗ୍ୟାସ ବାହାରୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବାହିନୀ ଜାତୀୟ ରାଜପଥ ୧୬ କୁ ଦୁଇ ପାର୍ଶ୍ଵରୁ ବନ୍ଦ କରିଛନ୍ତି। ଦୁର୍ଘଟଣା ଏଡ଼ାଇବା ପାଇଁ ଏହି ଅଞ୍ଚଳରେ ଥିବା ବସ୍ତି ଗୁଡ଼ିକରେ ବିଦ୍ୟୁତ ସେବା କାଦିଆଯାଇଛି ଓ ଗ୍ୟାସ ବା ଚୁଲି ଲଗାଇ ରୋଷେଇ କରିବାକୁ ବାରଣ କରାଯାଇଛି। ଭବାନୀପାଟଣା ରୁ ରାଏପୁର ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର।
powered by social2s

