ସୋନପୁର: ସୁନା ବଦଳରେ ପିତଳ ବନ୍ଧା ପକାଇ ସୋନପୁର ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କରୁ ଋଣ ଆକାରରେ ଉଠାଇଥିଲେ ଲକ୍ଷାଧିକ ଟଙ୍କା। ମାମଲାରେ ସୋନପୁର ପୋଲିସ ୮ ଜଣଙ୍କୁ ଗିରଫ କରିଛି। ନକଲି ସୁନା ଦେଇ ବ୍ୟାଙ୍କ ଅଫ ବରୋଦାରୁ ୫୨ ଲକ୍ଷ ୮୩ ହଜାର ଟଙ୍କା ଋଣ ନେଇଥିଲେ। ଗିରଫ ୮ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
powered by social2s

