ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ର ମାନବାଧିକାର କର୍ମୀ ସମାରୋହ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ ଓଡିଶା ମାନବାଧିକାର କର୍ମୀ ସମ୍ମେଳନ ଓ ସାଧାରଣ ସଭା ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧକ୍ଷ ତଥା ଜାତୀୟ ମାନବାଧିକାର କମିଶନ କୋର ଗ୍ରୁପ ସଦସ୍ୟ ମନୋଜ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯେଗା ଦେଇ କହିଲେ ଯେ କେଟି ଜନ୍ମ ରେ ପୂର୍ଣ୍ଣ କାମ କରି ଆମେ ମଣିଷ ଜନ୍ମ ପାଇଅଛୁ ପ୍ରତେକ୍ୟ ମଣିଷ ନିଜ ପାଇଁ ଲଢ଼ି ପାରିଲେ ତାହେଲେ ସେ ସମାଜ ରେ ପ୍ରତିଷ୍ଠା ଲାଭ କରିପାରିବ ଆମେ ଖୁସିରେ ବଂଚିବା ସହିତ ଆମ ଚାରି ପାଖରେ ଥିବା ଲୋକ ଙ୍କୁ ଭଲରେ ବଂଚିବା ପାଇଁ ରାସ୍ତା ଦେଖେଇଲେ ଆମ ଜୀବନ ସାର୍ଥକ ହେବ ବାରବାଟୀ କଟକ ବିଧାୟକ ଇଂ ମହମଦ ମୋକିମ ତାଙ୍କର ବକ୍ତ୍ୟ ରେ କହିଥିଲେ ଆମେ ଆମର ହକ ପାଇଁ ଲଢ଼ିବା ଦରକାର , ବି ଜେ ପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଥିଲେ ମାନବ ଅଧିକର ପରିଧି , ଭିତରେ ଏକ ଆଦର୍ଶ ସମାଜ ହେଉଛି ମାନବ ଅଧିକାର ଜାତୀୟ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତି, କହିଥିଲେ ରାଜନୈତିକ ଚାପରେ ଗଣମଧ୍ୟ ମ ମାଟିରେ ମିଶି ଯାଉଅଛି ପୂର୍ବତନ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଯୋଗ ଦେଇ କହିଥିଲେ ମାନବ ଅଧିକାର ମା ଭ୍ରୁଣରୁ ଆରମ୍ଭ ହେଇ ମସାଣି ଜୁଇରେ ଶେଷ ହୁଏ , ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ସହିତ ରାଜ୍ୟର ପୃର୍ବତନ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଥିଲେ ରାଜ୍ୟ ଏବଂ କେନ୍ଦ୍ର ସରକାର ମାନବ କର୍ମୀ ଙ୍କ କାର୍ଯ୍ୟ କୁ ସଠିକ ରୂପରେ ଧ୍ୟାନ ଦେବସହିତ ଏକ କମିଟି ଗଠନ କରିବା ଆବଶକ୍ୟ ଏହା ସହିତ ରାଜ୍ୟ ସଂଯୋଗ ରାଜୀବ ପଟନାୟକ, ମଞ୍ଚ ଙ୍କୁ ସୁନ୍ଦର ରୂପେ ପରିଚାଳନା କରି କହିଥିଲେ କୌଣସି ବ୍ୟକ୍ତିର ମାନବାଧିକାର କ୍ଷୁର୍ଣ ନହେବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା କରିବାକୁକର୍ମୀ ମାନଂକୁ ନିବେଦନ କରିଥିଲେ l ମନୀଷା ଦାସ ରାଜ୍ୟ ଟ୍ରାନର କହିଥିଲେ ନିଶ୍ୱାସ ପ୍ରଶ୍ୱାସ ପାଇଁ ବିଶୁଦ୍ଧ ଅମ୍ଳଜାନ ପାଇବା ମଧ୍ୟ ପ୍ରତ୍ୟେକ ମାନବର ମାନବିକ ଅଧିକାର l ମାନବାଧିକାର ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ର ବିଭିନ୍ନ ଜିଲ୍ଲାରୁ ଶତାଧିକ ମାନବାଧିକାର କର୍ମୀ ଆସିଥିଲେ ତତସହିତ ବିଭିନ୍ନ ଜିଲ୍ଲା ରୁ ସଂଯୋଗକ ଙ୍କୁ ମନ୍ତୀ ଙ୍କୁ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ପରିଶେଷରେ..କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ

powered by social2s