ଟ୍ରକ୍‌କୁ ପଛରୁ ପିଟିଲା ବସ୍‌, ୧୬ ଯାତ୍ରୀ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ଶ୍ରୀକାକୁଲମରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କାହାର ମୃତ୍ଯୁ ହୋଇ ନ ଥିବା ଜଣାଯାଇଛି। ପ୍ରଥମେ ଗୁରୁତରମାନଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭାଇଜାକ୍‌ ପଠାଯାଇଛି।

powered by social2s