ଜାତୀୟ ମାନବାଧିକାର ଦିବସ ଅବସରରେ କ୍ଷୁଦ୍ର ବ୍ୟବସାୟୀ ସଚେତନତା ଶିବିର ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜାତୀୟ ମାନବାଧିକାର ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତରଫରୁ କୋଳଥିଆସ୍ଥିତ ସତ୍ୟସାୟୀ ଏନକ୍ଲେଭ୍ କମ୍ୟୁନିଟି ସେଣ୍ଟର ଠାରେ , ସ୍ଥାନୀୟ ସଂଘ “ ସମ୍ରାଟ ଖାରବେଳ କ୍ଷୁଦ୍ର ବ୍ୟବସାୟୀ ସଂଘ ” ଓ “ ମା ' ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ '' ସହଯୋଗରେ ଏକ କ୍ଷୁଦ୍ର ବ୍ୟବସାୟୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସୁନ୍ଦରାୟ , ସମାଜସେବୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ସୁନ୍ଦରାୟ , ଶ୍ରୀଯୁକ୍ତ ସଚ୍ଚିକାନ୍ତ ପ୍ରଧାନ , ମହାସଂଘର ସଭାପତି ଶ୍ରୀଯୁକ୍ତ ସୁଭ୍ରାଂଶୁ ଶେଖର ପଟ୍ଟନାୟକ , ମହାସଂଘର ଉପଦେଷ୍ଟା ଶ୍ରୀମତୀ ଶର୍ମିଳା ପଟ୍ଟନାୟକ , ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର , ସ୍ଥାନୀୟ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଉମାନାଥ ମିଶ୍ର ମହୋଦୟ , ମହାସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ସ୍ବାଇଁ , ଉପସଭାପତି ଶ୍ରୀଯୁକ୍ତ ଧରେନ୍ଦ୍ର କୁମାର ସାଇଁ , ଶ୍ରୀଯୁକ୍ତ ମାନସ କୁମାର ମିଶ୍ର , ଶ୍ରୀଯୁକ୍ତ ମନମୋହନ ପଣ୍ଡା , ଶ୍ରୀଯୁକ୍ତ ରଶ୍ମୀରଂଜନ ମିଶ୍ର , ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଓ ଅନ୍ୟ ସାଥୀଗଣ ସହଯୋଗ କରିଥିଲେ ଏଠାରେ ଏକ ମହିଳା ବ୍ୟବସାୟୀ ସଂଗଠନ ଗଠନ କରାଯାଇଅଛି । ଏଥିରେ ହାରାହାରୀ ୨୦୦ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଉକ୍ତ ଶିବିରରେ ମାନବାଧିକାର , ବ୍ୟବସାୟୀ ଅଧିକାର ଓ ଦାୟିତ୍ବବୋଧ ବିଷୟରେ ଆଲୋଚନା କରାଯାଇଅଛି।

powered by social2s