କଟକ: ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ। ମୃତ ଯୁବକ ହେଲେ ପୀର୍ ବଜାରର ସୋହେଲ ଖାନ୍। ଆଜି ସକାଳେ ଯୋବ୍ରା ବ୍ୟାରେଜ୍ରେ ନିମପୁର ଆଥଲେଟିକ ନାମକ ଏକ ସଂସ୍ଥା ପକ୍ଷରୁ ସୁଇମିଂ ଟ୍ରେନିଂ ଦିଆଯାଉଥିଲା। ୬୦ ଜଣ ପିଲା ଟ୍ରେନିଂ ନେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ସୋହେଲ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ।
powered by social2s

