ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ଗଡକୁଜଙ୍ଗ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତସିଂହପୁର/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ଜଗତସିଂହପୁର ଜିଲ୍ଲା ଗଡ଼କୁଜଙ୍ଗ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ ପାହାଳ ଜଗନ୍ନାଥ ମନ୍ଦିର ପରିଦର୍ଶନର ଆୟୋଜନ କରାଯାଇଥିଲା। ପ୍ରତି ମାସରେ ଓଡ଼ିଶାରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକୁ ପରିଷଦ ପକ୍ଷରୁ ସଦସ୍ୟ ଓ ସଦସ୍ୟା ମାନେ ପରିଦର୍ଶନରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କିପରି ବ୍ୟାପକ ଭାବେ କରାଯାଇ ପାରିବ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରାଯାଇଥାଏ। ପାହାଳ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ଗଡ଼କୁଜଙ୍ଗରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପରିଷଦର ସଦସ୍ୟ ଓ ସଦସ୍ୟା ମାନେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ନେତୃତ୍ବରେ ଯାଇ ପହଞ୍ଚିଥିଲେ। ଗ୍ରାମର ବାସିନ୍ଦା ମାନେ ମନ୍ଦିର ନିର୍ମାଣ ଓ ପୂର୍ବରୁ କିପରି ଦିବଙ୍ଗତ ବିଶ୍ରା ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଆଣିଥିଲେ ଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ବେହେରା ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଲୋଚନା ପରେ ପରିଷଦର କଳାକାର, ଭାରତୀ ଭୂଷଣ ପଟନାୟକ ସ୍ଵର୍ଣ୍ଣ ଲତା ପାଣି,ଅନାମିକା ସ୍ଵାଇଁ ପଟନାୟକ ସୁମିତ୍ରା ତ୍ରିପାଠୀ, କଲ୍ଯାଣ ପତି ଓ ଶରତ ଦାଶ ଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। ପରେ ସମସ୍ତେ ମିଳିମିଶି ଗଡ଼କୁଜଙ୍ଗ ମନ୍ଦିର ପକ୍ଷରୁ ଆୟୋଜିତ ପ୍ରସାଦ ସେବନ କରିଥିଲେ। ଏହା ପରେ ପାଖରେ ଥିବା ମହାବୀର ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ରବି ନାରାୟଣ ମିଶ୍ର୍ ଉପ ସଭାପତି ରବିନାରାୟଣ ମହାପାତ୍ର ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ପ୍ରଭାକର ମଲ୍ଲିକ, ନିରଞ୍ଜନ ପଣ୍ଡା , ହରିପ୍ରିୟା ବେହେରା ଅଖିଳ ସାହୁ ନିରଞ୍ଜନ ଦାଶ ତ୍ରିଲୋଚନ ନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା ବଂଶୀଧର ନାୟକ ପ୍ରମୁଖ ଓ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

powered by social2s